ଦଳିଦେଲା ଦନ୍ତା
2/06/2018 at 5:42 AM

ଢେଙ୍କାନାଳ ଗେଙ୍ଗୁଟିଆ ଲେବୁଲ କ୍ରସିଂ ନିକଟରେ ଜଣଙ୍କୁ ହାତୀ ମାରିଦେଇଛି । ମୃତକ ହେଲେ ସୁଶାନ୍ତ ବେହେରା । ଭୋରୁ ଭୋରୁ ସେ ମଜୁରିଆ କାମ କରିବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ କାମାକ୍ଷାନଗର-ଢେଙ୍କାନାଳ ରାସ୍ତା ଅବରୋଧ କରିଥିଲେ ବନ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ପରେ ହଟିଛି ଆନ୍ଦେ।ଳନ ।
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
31 March 2023