‘ଭାଲେନଣ୍ଟାଇନ୍ ଡେ ଫାଲ୍ତୁ’, ଲାଇଭ୍ ଶୋ’ରେ ଛାଡପତ୍ର ଘୋଷଣା କଲେ ଆଙ୍କର
11/02/2023 at 5:39 PM

ନୂଆଦିଲ୍ଲୀ ୧୧/୦୨; ଟିଭିରେ ଚାଲିଛି ଲାଇଭ୍ ଶୋ। ଅନ୍ ଏୟାରରେ ଭାଲେନଣ୍ଟାଇନ୍ ଡେ’ର ପ୍ରୋଗାମ । ଅତିଥି ଅଛନ୍ତି, ଏଥିସହ ଷ୍ଟୁଡିଓରେ ଅଛନ୍ତି ଅନ୍ୟ ସାମ୍ବାଦିକ। ପ୍ରଶ୍ନ ଉତ୍ତରର ସିଲ୍ସିଲା ଚାଲିଥିବା ବେଳେ ଲାଇଭ୍ ଶୋ’ରେ ଛାଡପତ୍ର ଘୋଷଣା କଲେ ଆଙ୍କର। ଫୋକ୍ସ ଟିଭିର ନ୍ୟୁଜ୍ ଆଙ୍କରଙ୍କର ଏଭଳି ଘୋଷଣା ଉପସ୍ଥିତ ଲୋକଙ୍କ ସମେତ ଲାଇଭ୍ ଯୋଡି ହୋଇଥିବା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଉପସ୍ଥାପିକା ଜୁଲି ବନ୍ଦେରାସ ଏମିତି କିଛି କରିଛନ୍ତି। ଏଥିସହ ଭାଲେଣ୍ଟାଇନ୍ ଡେ ତାଙ୍କୁ ଆଦୌ ଭଲ ଲାଗେନି ବୋଲି କହିଛନ୍ତି।
ତେବେ ଘଟଣା କିଛି ଏମିତି ଥିଲା। ପ୍ରେମ ସପ୍ତାହ ପାଇଁ ଆୟୋଜନ ହୋଇଥିଲା ସ୍ବତନ୍ତ୍ର ପ୍ରୋଗ୍ରାମ। ଶୋ’କୁ ଆସିଥିବା ଅତିଥି ନିଜ ଲଭ୍ ଲାଇଫ୍ ବିଷୟରେ କଥା ହେଉଥିଲେ। ଏହି ସମୟରେ ଜଣେ ଅତିଥି ଉପସ୍ଥାପିକାଙ୍କୁ ତାଙ୍କ ଜୀବନ ବିଷୟରେ ପଚାରିଲେ। ସେ କାହାକୁ ବାହା ହୋଇଛନ୍ତି ଏବଂ ଭାଲେନଣ୍ଟାଇନ୍ ଡେ କୁ ସେଲିବ୍ରେଟ୍ କରିବାକୁ ତାଙ୍କର କିଛି ସ୍ବତନ୍ତ୍ର ଯୋଜନା ରହିଛି କି? ଏକଥା ଶୁଣିବା ପରେ ରାଗିଯାଇଥିଲେ ଜୁଲି। ଆଉ କହିଥିଲେ ତାଙ୍କୁ ଭାଲେନଣ୍ଟାଇନ୍ ଡେ ପାଳନ କରିବାକୁ ଆଦୌ ଭଲ ଲାଗେନି।
ଏହାପରେ ଅତିଥି ତାଙ୍କ ବିବାହକୁ ନେଇ ପ୍ରଶ୍ନ କରିବାକୁ ସେ କହିଥିଲେ ଯେ ସେ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ହାଲ୍କା ହସି ଜୁଲି କହିଥିଲେ ଯେ, ପ୍ରଥମ ଥର ସେ ଏମିତି ଲାଇଭ୍ ଶୋରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଛନ୍ତି ଏବଂ ଛାଡପତ୍ର ବିଷୟରେ କହୁଛନ୍ତି।
ତେବେ ଜୁଲିଙ୍କର ଏଭଲି ସାହସ ଦେଖି ଷ୍ଟୁଡିଓରେ ଉପସ୍ଥିତ ତାଙ୍କର ସହକର୍ମୀ ଏବଂ ଅତିଥି ତାଳି ମାରିଥିଲେ। ତେବେ ଶୋ’ରେ ଭାଲେଣ୍ଟାଇନ୍ ଡେ ବିଷୟରେ ଜୁଲି କହିଥିଲେ ଯେ , ଏହା କୌଣସି ଛୁଟିଦିନ ନୁହେଁ। କେବଳ ଗୋଟିଏ ଦିନ ଏହାର ସେଲିବ୍ରେସନ୍ ପାଇଁ ନୁହେଁ। ଆଉ ଏହି ଦିନ ସେଲିବ୍ରେଟ୍ କରିବା ପାଇଁ ସେ ଆଦୌ ଆଗ୍ରହୀ ନୁହଁନ୍ତି।