ବାଡିରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ
24/12/2022 at 12:23 PM

କେନ୍ଦୁଝର ୨୪।୧୨ : କେନ୍ଦୁଝର ସହର ବଡ଼ଶାସନ ଅଞ୍ଚଳରେ ଅଘଟଣ । ଜଣେ ବ୍ୟକ୍ତିଙ୍କ ବାଡିରୁ ଝୁଲନ୍ତା ମୃତଦେହ ଠାବ । ମୃତ ବ୍ୟକ୍ତି ହେଲେ ବାଲୁଙ୍କେଶ୍ୱର ମନ୍ଦିରର ଦ୍ୱାରୀ ଗୋପାଳ ନାଏକ , ଘର ବୀରବରପୁର ପାଟଣା ସାହିରେ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗୋପାଳଙ୍କର ପୁଅଙ୍କ କହିବା ଅନୁସାରେ, ବାପା ଶନିବାର ସକାଳେ ଘରକୁ ଯାଇଥିଲେ । ଚା ପିଇ ଓ ନାତି-ନାତୁଣୀଙ୍କୁ ବିସ୍କୁଟ ଓ ଚକୋଲେଟ୍ କିଣି ଦେଇ ଘରୁ ମନ୍ଦିରକୁ ଆସିଲେ । ତାର କିଛି ସମୟରେ ବାପାଙ୍କର ମୃତ୍ୟୁ ଖବର ଆମେ ପାଇଲୁ । ତେବେ ମନ୍ଦିରର ଚାବି ହଜିବାକୁ ନେଇ କିଛି ପାଣି ତୁଣ୍ଡ ହୋଇଥିଲା । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପୁଅ । ମୃତ୍ୟୁର ଖବର ପ୍ରଚାର ହେବା ପରେ ମନ୍ଦିର ସମ୍ମୁଖରେ କିଛି ସମୟ ଲାଗି ଉତ୍ତେଜନା ପ୍ରକାଶ ପାଇଥିଲା ।
ତେବେ ଗୋପାଳଙ୍କୁ କିଏ ହତ୍ୟା କରିଛି । ନା ସେ ଆତ୍ମହତ୍ୟା କରିଛନ୍ତି । ସେନେଇ ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ଗୋପାଳଙ୍କ ମୃତ୍ୟୁ ନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।