LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏମାନଙ୍କ ଯୋଡିକୁ ପସନ୍ଦ କରନ୍ତିନି ଫ୍ୟାନ୍ସ, କେହି ବୟସରେ ବଡ ତ, ଆଉ କେହି ସାନ…

25/02/2023 at 5:56 PM

ମୁମ୍ବାଇ ୨୫।୦୨ : ପ୍ରେମ ଦେଖେନି କୌଣସି ସୀମା । ଏହାକୁ ସତ ପ୍ରମାଣିତ କରିଛନ୍ତି ବଲିଉଡର କେତେକ ପପୁଲାର ଯୋଡି ।  ଏହି ସେଲିବ୍ରିଟିମାନେ ଦେଖିନାହାନ୍ତି ବୟସର ପାର୍ଥକ୍ୟ । କେହି ବୟସରେ ବଡ ତ ଆଉ କେହି ବୟସରେ ସାନ । କିନ୍ତୁ ଏହି ଦମ୍ପତି ନିଜ ଲାଇଫରେ ବେଶ୍ ଖୁସି ଅଛନ୍ତି । କିନ୍ତୁ ଏମାନଙ୍କ ଯୋଡିରେ ଖୁସି ନାହାନ୍ତି ଏମାନଙ୍କ ଫ୍ୟାନ୍ସ । ଏମାନଙ୍କୁ ମିସମ୍ୟାଚ୍ ଯୋଡି କହି ଟ୍ରୋଲ୍ କରିଛନ୍ତି ଫ୍ୟାନ୍ସ । ଆସନ୍ତୁ ଜାଣିବା ସେହି ଯୋଡିଙ୍କ ବିଷୟରେ…

ପ୍ରଥମରେ ଜାଣିବା ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କ ବିଷୟରେ । ଏହି ସୁନ୍ଦରୀ ଅଭିନେତ୍ରୀ ୧୯୯୫କେ ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ । ଏହି ଅଭିନେତ୍ରୀ ଏବଂ ବ୍ୟବସାୟୀଙ୍କ ଯୋଡିରେ ରହିଥିଲା ୬ବର୍ଷ ବୟସର ବ୍ୟବଧାନ । କିନ୍ତୁ ଜୁହିଙ୍କ ଠାରୁ ଜୟ ଦେଖାଯାନ୍ତି ବୟସରେ ବଡ । ଏଥିପାଇଁ ଏହି ଯୋଡିଙ୍କୁ ପସନ୍ଦ କରନ୍ତିନି ଫ୍ୟାନ୍ସ । ଏମିତିକି ସବୁବେଳେ ଟ୍ରୋଲର ଶିକାର ହୋଇଥାନ୍ତି ଏହି ଯୋଡି ।  

ଦ୍ବିତୀୟରେ ଅଛନ୍ତି ଅଭିନେତ୍ରୀ ଦେବଲିନା ଭଟ୍ଟାଚାର୍ଜ । ସେ  ଶାହନାୱାଜ ଶେଖଙ୍କୁ ବିବାହ କରିଛନ୍ତି । ଅଭିନେତ୍ରୀଙ୍କ ବିବାହ ପରେ ଟ୍ରୋଲରମାନେ ବେଶ୍ ଆକ୍ଟିଭ୍ ହୋଇଯାଇଥିଲେ ।  ଦେବଲିନାଙ୍କୁ କଡା ଭାଷାରେ ଟ୍ରୋଲ୍ କରିବାକୁ ପଛାଇନଥିଲେ ଫ୍ୟାନ୍ସ ।  ଏମିତିକି ତାଙ୍କ ଯୋଡି କି ମିସମ୍ୟାଚ୍ ଯୋଡି କହିଛନ୍ତି ଫ୍ୟାନ୍ସ ।

ଏହାପଛକୁ ରହିଛନ୍ତି ଦକ୍ଷିଣ ଅଭିନେତ୍ରୀ ମହାଲକ୍ଷ୍ମୀ । ସେ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରବୀନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ବିବାହ କରିଛନ୍ତି । ଏହି ଯୋଡି ଯେବେ ବି ଫଟୋ କି ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି, ଏମାନଙ୍କୁ ଆଟାକ୍ କରିବାକୁ ପଛାନ୍ତିନି ଫ୍ୟାନ୍ସ । ଏହି ଦମ୍ପତିଙ୍କୁ ମିସମ୍ୟାଚ୍ ଯୋଡି କହି ଖୁବ ଟ୍ରୋଲ୍ କରିଥାନ୍ତି ୟୁଜର୍ସ ।

ଏହାପଛକୁ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଭୁମିକା ଚାୱଲା । ସେ ତାଙ୍କଠାରୁ ୬ବର୍ଷ ବଡ ଶିକ୍ଷକ ଭରତ ଠାକୁରଙ୍କୁ ବିବାହ କରିଥିଲେ । ସେତେବେଳେ  ଏହି ଅଭିନେତ୍ରୀଙ୍କୁ ଜୋରଦାର କରାଯାଇଥିଲା ଟ୍ରୋଲ ।

ଯେତେବେଳେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଫରାହ ଖାନ ତାଙ୍କଠାରୁ ୬ବର୍ଷ ସାନ ଶିରିଶ କୁନ୍ଦରଙ୍କୁ ବିବାହ କରିଥିଲେ, ଲୋକମାନେ ତାଙ୍କ ବିଷୟରେ ଅନେକ କଥା କହିଥିଲେ । ଏକ ସାକ୍ଷାତକାରରେ ଫରାହ କହିଥିଲେ ଯେ ଲୋକମାନେ କହିଥିଲେ ଯେ ସେମାନଙ୍କର ବିବାହ ଏକ ବର୍ଷରୁ ଅଧିକ ତିଷ୍ଠିବ ନାହିଁ । କହି ରଖୁଛୁ କି, ବର୍ତ୍ତମାନ ଫରାହ ଏବଂ ଶିରିଶଙ୍କ ବିବାହକୁ ୧୯ବର୍ଷ ବିତି ସାରିଛି ।

   Related Posts