ଓଡ଼ିଶାରେ କଂଗ୍ରେସ-ବିଜେଡି ଭିତରେ ପ୍ରାକ୍ଟିକାଲ ଅଣ୍ଡରଷ୍ଟାଣ୍ଡିଂ ଅଛି:କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍
22/05/2018 at 9:55 AM

ଓଡ଼ିଶା ସ୍ଥିତି କର୍ଣ୍ଣାଟକ ଆଡକୁ ଗତି କରୁଛି । ଓଡ଼ିଶାରେ କଂଗ୍ରେସ-ବିଜେଡି ଭିତରେ ପ୍ରାକ୍ଟିକାଲ ଅଣ୍ଡରଷ୍ଟାଣ୍ଡିଂ ଅଛି । ବିଜେପିକୁ ଶାସନରୁ ଦୂରେଇ ରଖିବାକୁ କଂଗ୍ରେସ ଓ ବିଜେଡି ମଧ୍ୟରେ ବୁଝାମଣା ହୋଇଛି । ଦୁଇ ପଟ୍ଟନାୟକ ବ୍ରଦର୍ସ ଭିତିରି ବୁଝାମଣା ରଖି କାମ କରୁଛନ୍ତି । ଏହାର ବ୍ରିଜ୍ ହେଉଛନ୍ତି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ୨୦୦୯ରେ ନବୀନଙ୍କୁ କଂଗ୍ରେସ ସମର୍ଥନ ଦେଇଥିଲା । ଏବେ ଦୁଇ ଦଳ ମଧ୍ୟରେ ସଂପର୍କ ନିବିଡ ହୋଇଛି । ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ବିଜେପିକୁ କର୍ଣ୍ଣାଟକ ପରାଜୟର ଝଟ୍ କା ଲାଗିଛି । ରାଜ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଜେପି କାହିଁକି ଏତେ ଭୟଭୀତ, ମୁଁ ବୁଝିପାରୁନି । ସୌମ୍ୟ ବାବୁ ଜଣେ ସ୍ବାଧୀନଚେତା ଲୋକ । କଂଗ୍ରେସ ତାଙ୍କୁ ତଡିବା ପରେ ସେ ନିଜେ ଦଳ କରିଥିଲେ । ଏବେ ସେ ବିଜେଡିରେ ଅଛନ୍ତି । ତେଣୁ ତାଙ୍କୁ କାହିଁକି କଂଗ୍ରେସ ସହ ଯୋଡା ଯାଉଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।