କର୍ମୀଙ୍କ ଶବକୁ କାନ୍ଦି କାନ୍ଦି କାନ୍ଧ ଦେଲେ ସୁନ୍ଦରଗଡ ସାଂସଦ, ପରିବାର ଭଳି କଲେ ଅନ୍ତିମ ସତ୍କାର

Published By : Prameya-News7 Bureau | April 19, 2024 IST

ବଣାଇ ୧୯/୦୪: ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀର ବିଜେପି ସଭାପତି ଅନୀଲ ବାର୍ଲାଙ୍କ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଅନୀଲ ବିଜେପିର ଜଣେ ସକ୍ରିୟ କର୍ମୀ ଥିଲେ । ପରଲୋକ ଖବର ଶୁଣି ଶେଷ ଦର୍ଶନ ପାଇଁ ପହଁଚିଥିଲେ ସୁନ୍ଦରଗଡ ବିଜେପି ସାଂସଦ ପାର୍ଥି ଜୁଏଲ ଓରାମ । 

କର୍ମୀଙ୍କ ମର ଶରୀରକୁ ନିଜେ ଜୁଏଲ ଓରାମ କାନ୍ଦି କାନ୍ଦି କାନ୍ଧରେ କନ୍ଧେଇବା ସହ ପାର୍ଥନା ପାଇଁ ଚର୍ଚ୍ଚରେ ପହଁଚିଥିଲେ । ଚର୍ଚ୍ଚରେ ପାର୍ଥନା ପରେ ଅନୀଲଙ୍କ ମର ଶରୀରକୁ ଗାଁ କବରକୁ ନିଆ ଯାଇଥିଲା ସେଠାରେ ଖ୍ରୀଷ୍ଟ ଧର୍ମ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । 

ଶେଷ ପର୍ଯ୍ୟନ୍ତ ଜୁଏଲ ରହି ସମସ୍ତ କାର୍ଯ୍ୟକୁ ସମ୍ପର୍ଣ୍ଣ କରିଥିଲେ । ବଣାଇ ଶହ ଶହ ବିଜେପି କର୍ମୀ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । ପରେ ଗାଁ ର ଏକ ନାଳରେ ଜୁଏଲ ଓରାମ ଗାଧୋଇବା ପରେ ଅନ୍ୟତ୍ର ଫେରି ଯାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.