oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୋକସଭା ବାଚସ୍ପତି ହେବେ ଜୁଏଲ ଓରାମ୍ ! ଉପ-ବାଚସ୍ପତି ରେସ୍‌ରେ ଭର୍ତ୍ତୃହରି

4/06/2019 at 12:05 PM

ନୂଆଦିଲ୍ଲୀ ୪|୬: କିଏ ହେବ ଲୋକସଭା ବାଚସ୍ପତି । ଏହି ପଦ ପାଇଁ ଚର୍ଚ୍ଚାରେ ଜୁଏଲ ଓରାମଙ୍କ ନାଁ । ଦଳର ଆଦିବାସୀ ଫେସ୍ ଭାବରେ ଜୁଏଲଙ୍କୁ ଏହି ଦାୟିତ୍ବ ମିଳିବା ସମ୍ଭାବନା ଅଧିକ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଜେପିର ବରିଷ୍ଠ ନେତା ଏସ୍. ଆହୁଲୱାଲିଆଙ୍କ ନାଁ ରେସ୍ ରେ ସବୁଠୁ ଆଗରେ ରହିଛି । ଏସ୍. ଆହୁଲୱାଲିଆ ରାଜ୍ୟସଭାରେ ୪ଥର ସଦସ୍ୟ ଥିବାବେଳେ ଲୋକସଭାକୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।

ଏହାସହ ମୋଦି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ତଥା ୮ଥର ସାଂସଦ ଭାବରେ ଜିତିଥିବା ମାନେକା ଗାନ୍ଧୀଙ୍କ ନାଁ ମଧ୍ୟ ରେସ୍ ରେ ରହିଛି । ଏହାସହ ଉପ ବାଚସ୍ପତି ପଦ ମିଳିପାରେ ବିଜେଡିକୁ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ଉପବାଚସ୍ପତି ପଦ ରେସ୍ ରେ ରହିଛି ।

ଉଭୟ ବାଚସ୍ପତି ଏବଂ ଉପବାଚସ୍ପତି ନିର୍ବାଚନ ଆସନ୍ତା ୧୯ତାରିଖରେ ହେବ । ଉପବାଚସ୍ପତି ସାଧାରଣତଃ ବିରୋଧୀ ଦଳକୁ ଯାଇଥାଏ । ଷୋଡଷ ଲୋକସଭାରେ ଉପବାଚସ୍ପତି ଥିଲେ ଏଆଇଡିଏମକେର ଥମ୍ବି ଦୁରାଇ । ତେବେ ଏଥର ଏଆଇଡିଏମକେ ଏନଡିଏରେ ସାମିଲ ହୋଇଛି । ଯଦି ବାଚସ୍ପତି ପଦ ଜୁଏଲଙ୍କୁ ଏବଂ ଉପବାଚସ୍ପତି ପଦ ଭର୍ତ୍ତୃହରିଙ୍କୁ ମିଳେ ତେବେ ଲୋକସଭାରେ ଦୁଇ ପ୍ରମୁଖ ସ୍ଥାନରେ ଦୁଇ ଓଡିଆଙ୍କୁ ଦେଖିବାକୁ ମିଳିବ ।

   Related Posts