ବେଙ୍ଗଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ବଢିଲା ପ୍ରାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ବିଚାରବିଭାଗୀୟ ହାଜତ ମିଆଦ

Published By : Prameya-News7 Bureau | January 08, 2023 IST

କୋଲକାତା ୮।୧: ସିବିଆଇ ସ୍ୱତନ୍ତ୍ର କୋର୍ଟ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପ୍ରାର୍ଥୀ ଚାଟାର୍ଜୀଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ହାଜତ ମିଆଦ ମଧ୍ୟ ପୂର୍ବରୁ ସେହି ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁଏସଏସସି) ନିଯୁକ୍ତି ଅନିୟମିତତା ସମ୍ପର୍କିତ। ପ୍ରାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କୁ ସ୍ୱତନ୍ତ୍ର କୋର୍ଟରେ ରବିବାର ଭର୍ଚୁଆଲ ହାଜର କରାଯାଇଥିଲା। ଏଥିରେ ପ୍ରାର୍ଥ ଓ ଅର୍ପିତାଙ୍କ ଅଭିଯୋଗ ଅନୁସାରେ କୋର୍ଟ ପ୍ରେସିଡେନ୍ସୀ ସୁଧାର ଗୃହ ( ଆଲିପୁର ଜେଲ)ଙ୍କୁ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତବର୍ଷ ପିଏମଏଲଏ ସ୍ୱତନ୍ତ୍ର କୋର୍ଟ, କୋଲକାତାଙ୍କଠାରେ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପ୍ରାର୍ଥ ଚାର୍ଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ସମେତ ୮ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଥିଲେ। ଇଡି ଅଧିକାରୀଙ୍କ ଅନୁସାରେ ମନି ଲଣ୍ଡ୍ରିଂ ଲାଗି ୬ସଂସ୍ଥାଙ୍କୁ ଉପଯୋଗ କରାଯାଇଥିଲା। ପ୍ରାର୍ଥ ଓ ଅର୍ପିତା ଏହି ସବୁ ସଂସ୍ଥାଙ୍କୁ ମନିଲଣ୍ଡ୍ରିଂ ପାଇଁ ବ୍ୟବହାର କରୁଥିଲେ।

{"id":730615,"sizeSlug":"full","linkDestination":"none"}

ଅକ୍ଟୋବର ୨୦୨୨ରେ ସିବିଆଇ ଡବ୍ଲୁବିଏସଏସସି ମାଧ୍ୟମରେ ସହାୟକ ଶିକ୍ଷକ ନିଯୁକ୍ତିରେ ଆୟୋଗଙ୍କ  ପୂର୍ବତନ ଅଧ୍ୟକ୍ଷ ସୁବିରେଶ ଭଟ୍ଟଚାର୍ଯ୍ୟଙ୍କ ସମେତ ୧୨ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ସିବିଆଇ ଅଲିପୁର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ନିକଟରେ ଉପସ୍ଥାପିତ କରିଥିବା ଚାର୍ଜସିଟ୍‌ରେ ଡବ୍ଲୁଏସଏସସିଙ୍କ ପୂର୍ବତନ ସହାୟକ ସଚିବ, ଜଣେ ପୂର୍ବତନ ପରାମର୍ଶଦାତା, ଆୟୋଗର ୨ ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଓ ଅନ୍ୟ ୬ ଜଣଙ୍କୁ ନାମିତ କରାଯାଇଥିଲା।

ଚାର୍ଜସିଟ୍‌ରେ ଅଭିଯୁକ୍ତମାନଙ୍କୁ ଶାନ୍ତି ପ୍ରସାଦ ସିହ୍ନା, ଅଶୋକ କୁମାର ସାହା, କଲ୍ୟାଣମୟ ଗାଙ୍ଗୁଲୀ, ପରନା ବୋସ, ସମରଜିତ ଆଚାର୍ଯ୍ୟ, ପ୍ରସନ୍ନା କୁମାର ରାୟ, ପ୍ରଦୀପ ସିଂହ, ଜନୁଇ ଦାସ, ମହମ୍ମଦ ଆଜାଦ ଅଲ୍ଲୀ ମିର୍ଜା, ଇମାମ ମୋମିନ ଓ ରୋହିତ କୁମାର ଝାଙ୍କ ନାମରେ ନାମିତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.