ଭୟଙ୍କର ଯୁଦ୍ଧ : ଅସ୍ତ୍ରତ୍ୟାଗ କରିବନି ୟୁକ୍ରେନ, ବିଛିନ୍ନତାବାଦୀ କମାଣ୍ଡରଙ୍କୁ କଲା ହତ୍ୟା

Published By : Prameya-News7 Bureau | March 21, 2022 IST

ନୂଆଦିଲ୍ଲୀ, ୨୧|୦୩: ଋଷ  ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ୨୬ ଦିନରେ ପହଁଚିଛି । ଋଷ ସେନା ସୋମବାର ୟୁକ୍ରେନ ଉପରେ କ୍ରୁଜ୍ ମିସାଇଲ୍ ମାଡ କରିଛି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭ୍ଲାଦମିର ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ଅନ୍ୟପଟେ କିଭରେ ଋଷର ଘନଘନ ଆକ୍ରମଣ ଜାରି ରହିଛି । ଏଠାରେ ଥିବା ଏକ ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାଏଁ ଜଣାପଡି ନାହିଁ ।

ଏହାମଧ୍ୟରେ ୟୁକ୍ରେନ ବିଛିନ୍ନତାବାଦୀ ନେତା ତଥା କମାଣ୍ଡର ସରଗେଇ ମାସକିନକୁ ନିପାତ କରିଛି । ସେ ବିଛିନ୍ନତାବାଦୀ ସଙ୍ଗଠନ ଡିପିଆର ଗ୍ରୁପର କମାଣ୍ଡର ଥିଲା ।

ସେପଟେ ଋଷ ୟୁକ୍ରେନକୁ ଅସ୍ତ୍ର ତ୍ୟାଗ କରିବାକୁ ଚେତାବନୀ ଦେଇଛି । ୟୁକ୍ରେନ ମଧ୍ୟ ଏହାର ଜବାବ ଦେବାକୁ ଯାଇ ଅସ୍ତ୍ର ତ୍ୟାଗ କରିବ ନାହିଁ । ଶେ। ନିଶ୍ୱାସ ଯାଏଁ ଲଢିବ ବୋଲି କହିଛି । କୌଣସି ପରିସ୍ଥିତିରେ ମାରିପୁଲରେ ଅସ୍ତ୍ର ଛାଡିବ ନାହିଁବ ବୋଲି ସିଧାସିଧା ଋଷକୁ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.