ବିଚାରପତିଙ୍କ ନିଯୁକ୍ତି ଆହୁରି ସ୍ୱଚ୍ଛ ହେବ ଉଚିତ ବୋଲି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି
15/09/2023 at 6:13 PM

ନୂଆଦିଲ୍ଲୀ: ବିଚାରପତିଙ୍କ ନିଯୁକ୍ତିରେ ଆହୁରି ଅଧିକ ସ୍ୱଚ୍ଛତା ଆପଣାଇବାର ଆବଶ୍ୟକତା ରହିଛି। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଅବଜେକ୍ଟ ମାନଦଣ୍ଡ ସ୍ଥିର କରାଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ଦେଶରେ ପ୍ରମୁଖ ଜବମାନଙ୍କୁ ଚୟନ କରାଯିବା ପାଇଁ କେନ୍ଦ୍ର ସରକାର ଏ ଦିଗରେ କାର୍ଯ୍ୟରତ ଅଛନ୍ତି ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି।
ବିଚାରପତିଙ୍କ ବିଷୟରେ ଉପଲବ୍ଧ ତଥ୍ୟ ଏବଂ ବିଭିନ୍ନ କୋର୍ଟରେ ସେମାନଙ୍କ ଶୁଣାଣି ହୋଇଥିବା ନିଷ୍ପତ୍ତି ଆଧାରରେ ବିଚାର କରି ଏହାର ମୂଲ୍ୟାଙ୍କନ କରାଯିବ।
ପଢ଼ନ୍ତୁ-ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରେ ୪ ସାମ୍ବାଦିକଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ: ବିରୁଦ୍ଧରେ ୨ଟି କେସ୍ କରିଛନ୍ତି ମଣିପୁର ସରକାର
ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପାଇଁ ଅବଜେକ୍ଟିଭ୍ ମାନଦଣ୍ଡ ସହିତ ଏକ ତଥ୍ୟ ସମ୍ଭଳିତ ଫାଇଲ୍ ପ୍ରସ୍ତୁତ କରାଯିବ। ଦେଶରେ ସର୍ବୋଚ୍ଚ ୫୦ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ମୂଲ୍ୟାଙ୍କନ କରାଯିବ।
ପୂର୍ବରୁ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ କଲେଜିୟମ ନିଯୁକ୍ତି ଦେଉଥିବାରୁ ଏହି ସମାଲୋଚିତ ହୋଇ ଆସୁଛି। ତିନି ଦଶନ୍ଧି ପୁରୁଣା କଲେଜିୟମ୍ ସିଷ୍ଟମକୁ ସ୍ୱଚ୍ଛ ଏବଂ ଯଥେଷ୍ଟ ଉତ୍ତରଦାୟୀ ନଥିବାରୁ ଏହାକୁ ସମାଲୋଚନା କରାଯାଉଛି। ବିଚାରପତିଙ୍କ ବଂଶଧର ବିଚାରପତି ହେଉଛନ୍ତି ବୋଲି ଅଭିଯୋଗ ହେଇ ଆସୁଛି।
ଏଥିପାଇଁ କଲେଜିୟମ ବ୍ୟବସ୍ଥାରେ ସଂଶୋଧନ କରିବାକୁ ଦାବି ହେଉଛି। ପୂର୍ବତନ ଆଟର୍ଣ୍ଣି ଜେନେରାଲ ତଥା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ବ୍ୟବସ୍ଥାରେ କୌଣସି ସମନ୍ୱୟ ନାହିଁ।
କଲେଜିୟମ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠିବା ପରେ ଏହା ପୂର୍ବରୁ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼। ଗଣତନ୍ତ୍ରରେ ତୌଣସି ଅନୁଷ୍ଠାନ ଶତ ପ୍ରତିଶତ ଠିକ୍ ନୁହେଁ। ତେଣୁ ବର୍ତ୍ତମାନ ନିୟମରେ କାମ କରା ହେଉଛି ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି।