ସ୍ପେଶାଲ ଜଜ୍‌ଙ୍କୁ ଧମକପୂର୍ଣ୍ଣ ଚିଠି : ‘ମୋ ସାଙ୍ଗକୁ ଜାମିନ ଦିଅ ନହେଲେ ଗୁଳି କରିଦେବି, ପରିବାରର କେହି ଜଣେବି ବଞ୍ଚିବେନି’

Published By : Prameya-News7 Bureau | December 19, 2020 IST

ଲକ୍ଷ୍ନୌ ୧୯/୧୨ : ଉତ୍ତର ପ୍ରଦେଶର ବରେଲିରେ ଭ୍ରଷ୍ଟଚାର ନିବାରଣ କୋର୍ଟର ସ୍ବତନ୍ତ୍ର ଜଜ୍‌ଙ୍କୁ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । କେବଳ ସେତିକି ନୁହେଁ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ​‌ ବୋଲି ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ତେବେ ଚିଠିଟି ସ୍ପିଡ୍ ପୋଷ୍ଟରେ ଆସିଥିବା ଜଜ୍ କହିଛନ୍ତି । ଉକ୍ତ ଚିଠିରେ  ଅଭିଯୁକ୍ତଜଣକ ନିଜର ଠିକଣା ମୁରାଖପୁର, ମୋରାଦାବାଦ, ପାକିସ୍ତାନୀ ବାସିନ୍ଦା ବୋଲି ଉଲ୍ଲେଖ କରିଛି । ବିଚାରପତିଙ୍କ ଅଭିଯୋଗ ଉପରେ ଏଫଆଇଆର ଦାଖଲ କରି ପୋଲିସ ଆଇନଗତ କାର୍ଯ୍ୟ ଆରମ୍ଭ କରିଛି ।

ପୋଷ୍ଟ୍ ମାଧ୍ୟମରେ କୋର୍ଟକୁ ଆସିଥିବା ଏହି ଚିଠିକୁ କୋର୍ଟ କର୍ମଚାରୀ ସ୍ପେଶାଲ ଜଜ୍ ମହମ୍ମଦ ଖାନଙ୍କୁ ଦେଖାଇଥିଲେ । ତେବେ ପତ୍ରରେ ଲେଖାଯାଇଥିଲା ଯେ, ‘ସେ ଚୁନ୍ନୀଲାଲଙ୍କର ଜଣେ ଖାସ ବନ୍ଧୁ । ସେ କହିବାଅନୁସାରେ କମ୍ପ୍ୟୁଟର ଅପରେଟରଙ୍କୁ ହତ୍ୟା କରାଯାଇଥିଲା’ ।

{"id":379898,"sizeSlug":"large","linkDestination":"none"}

ତେବେ ସେହି ଧମକପୂର୍ଣ୍ଣ ଚିଠିରେ ଲେଖାଯାଇଛି, ‘ଯଦି ତୁମେ ତୁମର ପରିବାରକୁ ଜୀବିତ ରଖିବାକୁ ଚାହୁଁଛ, ତେବେ ଚୁନ୍ନୀଲାଲଙ୍କ ଜାମିନ ମଞ୍ଜୁର କର । ମୁଁ ତୁମର ସମସ୍ତ ଠିକଣାର ତଥ୍ୟ ପାଇଛି । କେଉଁ ଝରକାରୁ ଗୁଳି ଚଳାଇବାକୁ ହେବ ତାହା ମଧ୍ୟ ଠିକ ହୋଇସାରିଛି । ଅକ୍ଟୋବର ୩୦ରୁ ଆମ ଟିମ ଏହି କାମ କରିବାରେ ଲାଗିଛନ୍ତି’ ।

ଚିଠିର ଶେଷରେ ସେ ତାର ନାଁ ଫହିମ୍ ପାକିସ୍ତାନୀ ବୋଲି ଉଲ୍ଲେଖ କରିଛି । ସ୍ୱତନ୍ତ୍ର ବିଚାରପତି ମହମ୍ମଦ ଖାନ ଏହି ମାମଲାରେ ହାଇକୋର୍ଟର ରେଜିଷ୍ଟ୍ରାର, ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଖବର ମିଳିବା ପରେ କୋଟୱାଲି ପୋଲିସ ଫାହିମ ପାକିସ୍ତାନୀ ବିରୋଧରେ ଏକ ରିପୋର୍ଟ ଦାଖଲ କରିଛି । ଚୁନ୍ନୀଲାଲ ନାମକ ଅଭିଯୁକ୍ତ ଜିଲ୍ଲା ଜେଲରେ ଅଛି ଏବଂ ତାର ଜାମିନ ଶୁଣାଣି ଆସନ୍ତା ଶନିବାର ହେବ ।  

{"id":379899,"sizeSlug":"large","linkDestination":"none"}

ଏହା ପ​‌ରେ ଏସଏସପି ରୋହିତ ସିଂହ ସଜଓ୍ବାଣ କହିଛନ୍ତି ମାମଲାର ତଦନ୍ତ ଆରମ୍ଭ ହୋଇସାରିଛି । ଯେଉଁସ୍ଥାନରୁ ସ୍ପିଡ୍ ପୋଷ୍ଟ କରାଯାଇଥିଲା ସେଠାକାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ବରେଲି ଏବଂ ମୁରାଦାବାଦରେ ପୋଲିସର ସ୍ବତନ୍ତ୍ର ଟିମ୍ ଯାଞ୍ଚ କରୁଛନ୍ତି । ଜେଲରେ ଥିବା ଅଭିଯୁକ୍ତ ଚୁନ୍ନୀଲାଲକୁ ପଚରାଉଚରା କରାଯିବ । ଧମକପୂର୍ଣ୍ଣ ଚିଠି ମିଳିବା ପରେ ସ୍ପେଶାଲ ଜଜ୍ ମହମ୍ମଦ ଖାନଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.