କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ

Published By : Prameya-News7 Bureau | November 28, 2022 IST

ବ୍ରହ୍ମପୁର ୨୮/୧୧: ବ୍ରହ୍ମପୁରରେ ଯୁବକଙ୍କ ଆତଙ୍କରାଜ୍ । କୋର୍ଟ ପରିସରରେ ଜଜ୍‌ଙ୍କୁ ଛୂରମାଡ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରରେ । ବ୍ରହ୍ମପୁର ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ଯୁବକ । ତେବେ ଏହି ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରିନେଇଥିଲା ବୈଦ୍ୟନାଥପୁର ପୋଲିସ । ଘଟଣାସ୍ଥଳରେ ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି ।

ସୂଚନା ଥାଉକି, ଆକ୍ରମଣ ଉଦ୍ୟମ ସମୟରେ ଯୁବକ ଜଣଙ୍କ ହେଉଛନ୍ତି କୋର୍ଟରେ କାର୍ଯ୍ୟରତ ଥିବା ଝାଡୁଦାର । ଘଟଣା ସମ୍ପର୍କରେ ଅବଗତ ପରେ କୋର୍ଟରେ ପହଞ୍ଚିଛନ୍ତି ବ୍ରହ୍ମପୁର ଏସପି ଓ ଏସଡିପିଓ । ଆକ୍ରମଣ କରିଥିବା ଯୁବକ ହେଲେ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଏମିତି କରିଛନ୍ତି ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.