ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

କୋର୍ଟ ବାହାରେ ଇମ୍ରାନଙ୍କ ହାଜିରା ନେଲେ ଜଜ୍, ଫେରିଯିବାକୁ ଦେଲେ ଅନୁମତି

18/03/2023 at 8:12 PM

ଇସ୍ଲାମାବାଦ ୧୮।୩:  ତୋଷଖାନା ମାମଲାରେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶନିବାର କୋର୍ଟରେ ହାଜର ହୋଇଛନ୍ତି।  ଇମ୍ରାନ କୋର୍ଟରେ ହାଜର ହେବା ପାଇଁ ସକାଳେ ସଡ଼କ ମାର୍ଗରେ ଲୋହୋରରୁ ଇସ୍ଲାମାବାଦ ବାହାରିଥିଲେ। ତାଙ୍କ ସହ ସମର୍ଥକଙ୍କ ଶହଶହ ଗାଡି ଲାହୋର-ଇସ୍ଲାମାବାଦ ରାସ୍ତାରେ ବାହାରିଥିଲା। ଏଥିରେ ମଝି ରାସ୍ତାରେ ଏକ ଦୁର୍ଘଟଣା ଯୋଗୁ କାରକେଡର କେତେକ ଗାଡ଼ି ଓଲଟି ପଡିଥିବା ବେଳେ କିଛି ଲୋକ ଆହତ ହୋଇଥିଲେ। ତେବେ ଇମ୍ରାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ପରେ ଇମ୍ରାନ କୋର୍ଟ ପହଞ୍ଚିଥିବା ବେଳେ ଜଜ୍‌ କୋର୍ଟ ପରିସର ବାହାରେ ଇମ୍ରାନଙ୍କ ହାଜିର ନେଇ ତାଙ୍କୁ ଫେରିଯିବାକୁ ଅନୁମତି ଦେଇଥିଲେ।

ତେବେ ଇମ୍ରାନଙ୍କ କୋର୍ଟ ହାଜର ବେଳେ ସମର୍ଥଙ୍କ ସହ ପୋଲିସର ସଂଘର୍ଷ ହୋଇଥିଲା। ସମର୍ଥକମାନେ ପୋଲିସ ଉପରକୁ ଟେକାପଥର ମାଡ଼ କରିବାରୁ, ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଫାଙ୍କା ଗୁଳି ଚଳାଇବାକୁ ପଡିଛି। ଉପୁଜିଥିବା ପରିସ୍ଥିତିରେ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗ୍ୟୁଲେଟରୀ ଅଥରିଟି (ପେମରା) ଇମ୍ରାନଙ୍କ କୋର୍ଟ ହାଜରର ଅନେକ ପୂର୍ବରୁ କୋର୍ଟ ପରିସରରୁ ଟେଲିଭିଜନର ଲାଇଭ ପ୍ରସାରଣ ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ କୋର୍ଟ ଆଗରେ ଇମ୍ରାନଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷର ଟେଲିଭିଜନ ପ୍ରସାରଣ ହୋଇ ପାରିନାହିଁ।

ପେମରା ତାଙ୍କ ଆଦେଶରେ କହିଛନ୍ତି ଯେ ମାର୍ଚ୍ଚ ୧୮ ତାରିଖରେ ଇସ୍ଲାମାବାଦର କୌଣସି ବିଚାରବିଭାଗୀୟ ପରିସର ସମେତ କୌଣସି ପାର୍ଟି, ସଙ୍ଗଠନ ବ୍ୟକ୍ତିଙ୍କ ଦ୍ୱାରା ରାଲି, ସଭା ବା ଶୋଭାଯାତ୍ରାର ଲାଇଭ ଅଥବା ରେକର୍ଡଡେଡ କଭରେଜ ହେବ ନାହିଁ। ଆଦେଶ ଅବମାନନାରେ ସଂସ୍ଥାଙ୍କ ପ୍ରସାରଣ ଲାଇସେନ୍ସ ରଦ୍ଦ କରିଦିଆଯିବ ବୋଲି ସତର୍କ କରିଥିଲେ। ସେହି ଅନୁସାରେ ଇମ୍ରାନଙ୍କ କୋର୍ଟରେ ହାଜିରର କୌଣସି ଖବର ପ୍ରସାରଣ ଦେଶରେ ହୋଇ ନାହିଁ।

   Related Posts