Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

କୀର୍ତ୍ତନକୁ ଆସି ଫେରିଲେ ନାହିଁ, ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ

14/02/2023 at 2:58 PM

ଭଦ୍ରକ ୧୪/୦୨: ଭଉଣୀ ଓ ଭିଣୋଇଙ୍କ ସହ କୀର୍ତ୍ତନ ଦେଖିବା ପାଇଁ ଆସିଥିଲେ । କିନ୍ତୁ ସେହିଠାରୁ ନିଖୋଜ ହୋଇଯାଇଥିଲେ । ସକାଳୁ ଝୁଲନ୍ତା ଅବସ୍ଥାରେ ଗଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ହେଲେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଗୋପସାହି ଗ୍ରାମର ପୁଷ୍ପାଞ୍ଜଳି ସାହୁ ।

ସୂଚନା ଅନୁଯାୟୀ, ଯୁବତୀ ଜଣକ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଦେଖିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ତିହିଡି ଥାନା ଅନ୍ତର୍ଗତ ବୁଧୁପୁର ନିକଟ ରାସ୍ତାକଡରେ ଥିବା ଗଛରୁ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ମୃତ ଶରୀର ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ତିହିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ, ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ ।

   Related Posts