ନଦୀକୁ ଡେଇଁପଡିଲେ ସୁଭଦ୍ରା, ଦେବଦୂତ ସାଜିଲେ ମତ୍ସ୍ୟଜୀବୀ

Published By : Prameya-News7 Bureau | August 20, 2022 IST

ଅନୁଗୁଳ ୨୦।୦୮: ନଦୀକୁ ଡେଇଁଲେ ଯୁବତୀ । ତାଳଚେର ସାମଲ ବ୍ୟାରେଜ୍‌ ବ୍ରାହ୍ମଣୀ ନଦୀରୁ ଯୁବତୀଙ୍କୁ ଉଦ୍ଧାର କଲେ ମାଛୁଆ । ତୁରନ୍ତ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ତାଳେଚର ଟିପ ଗାଁର ରାମଚନ୍ଦ୍ର ସାହୁଙ୍କ ଝିଅ ସୁଭଦ୍ରା ସାହୁ ଶନିବାର ହଠାତ୍‌ ବ୍ୟାରେଜ୍‌ ଉପରୁ ତଳକୁ ଡେଇଁପଡିଥିଲେ । ଯାହାକୁ ସ୍ଥାନୀୟଲୋକେ ଦେଖି ତୁରନ୍ତ ପାଣିର ଗେଟ୍‌ ବନ୍ଦ କରିବାକୁ ବ୍ୟାରେଜ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏହାପରେ ବ୍ୟାରେଜ୍‌ କର୍ତ୍ତୃପକ୍ଷ ତୁରନ୍ତ ଗେଟ୍‌ କରିଥିଲେ । ଯାହାଫଳରେ ବ୍ୟାରେଜ୍‌ ତଳେ ମାଛ ଧରୁଥିବା ଦୁଇ ଜଣ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ତାଳେଚର ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ସେପଟେ ଯୁବତୀ ଜଣଙ୍କ ମାନସିକ ବିକୃତ ଥିବା କହିଛନ୍ତି ସ୍ଥାନୀୟଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.