ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପୁଣି ଲଭ୍-ସେକ୍ସ-ଧୋକ୍କା : କୁମାରୀ ମାତୃତ୍ବ ପାଇଁ ଘରେ ପୂରାଉନି ସାବତ ମା, ପ୍ରବଞ୍ଛକ ପ୍ରେମିକ ଥାନାରେ ଅଟକ

14/03/2020 at 3:24 PM

କଳାହାଣ୍ଡି ୧୪।୦୩ : ପ୍ରେମରୁ ପ୍ରତାରଣା । ୧୯ ବର୍ଷ ବୟସ୍କା ମା’ ଛେଉଣ୍ଡ ଯୁବତୀ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରେମିକର ପ୍ରତାରଣା । ଘଟଣା ସାମ୍ନାକୁ ଆସିବା ପରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ପ୍ରେମିକ ଥାନାରେ ଅଟକ । ପୀଡିତା ଓ ନବଜାତ ଶିଶୁ କନ୍ୟାଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଜାକେଶପଦର ଗାଁର ୧୯ ବର୍ଷ ବୟସ୍କା ଯୁବତୀ ସେହି ଗାଁ ର ରାବିତ ନାଏକଙ୍କ ପ୍ରେମରେ ଶାରରିକ ସଂପର୍କ ରଖି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରେମିକ ରାବିତ ନାଏକ ଶିଶୁ କନ୍ୟା ବାପା ବୋଲି ମାନିବାକୁ ନାରାଜ । ଫଳରେ ପୀଡିତା ଯୁବତୀ ଗତ ଛଅ ଦିନ ହେବ ଏକ ପରିତ୍ୟକ୍ତ କୋଠରୀରେ ଆଶ୍ରା ନେଇଥିବା ବେଳେ ପୂର୍ବରୁ ମା’ ଛେଉଣ୍ଡ ଯୁବତୀକୁ ସାବତ ମା’ ନିଜ ଘରେ ରଖିବାକୁ ମନା କରିଦେଇଛନ୍ତି । ଏନେଇ ଏସ୍‌ସି/ଏସଟି ମନିଟରିଂ କମିଟି ତଥା ଆଦିବାସୀ ସଂଘ ସଦସ୍ୟ ସୂଚନା ପାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରେ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି । ଥୁଆମୂଳ ରାମପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।  ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ସହ ତଦନ୍ତ ଜାରି ରହିଛି   ।

ଗତ ୬ ଦିନ ହେବ ଯୁବତୀ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ବି ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ । ଯାହାଫଳରେ ଶିଶୁ ପଞ୍ଜୀକରଣ ନହେବା ଦୁର୍ଗମ ଅଞ୍ଚଳରେ ସରକାରୀ ବ୍ୟବସ୍ଥାକୁ ପଦାରେ ପକାଇଛି । କିନ୍ତୁ ତାଠାରୁ ଅଧିକା ବିଡମ୍ବନା ବର୍ତ୍ତମା ପୀଡିତା ଓ ଶିଶୁ କନ୍ୟାର ଭବିଷ୍ୟତ କ’ଣ ହେବ । ବର୍ତ୍ତମାନ ମାମଲା ରୁଜୁ ପରେ ଉଭୟ ମା’ ଓ ଶିଶୁକୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସ। କରାଯାଉଛି ।

   Related Posts