ହାତଗଣ୍ଠି ପୂର୍ବରୁ ପଡିଲା ହାତକଡ଼ି: ବ୍ୟାଚଲର ପାର୍ଟିରେ ଯୁବତୀଙ୍କୁ ଦୁଷ୍କର୍ମ

Published By : Prameya-News7 Bureau | February 07, 2021 IST

ବାଲୁଗଡା୭/୨: ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବ୍ୟାଚ୍‌ଲର ପାର୍ଟିରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ବାଲୁଗୁଡା କୋଟଗଡ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧ ତାରିଖରେ ଉକ୍ତ ଗ୍ରାମର ଓସେଫ ବଡ଼ମାଝି ନାମକ ଯୁବକର ବିବାହ ଥିଲା। ଏହାପୂର୍ବରୁ ଓସେଫ ସମେତ ଉକ୍ତ ଗ୍ରାମର ୩ ଜଣ ଯୁବତୀ ଏବଂ ଜଣେ ଯୁବକ ବ୍ୟାଚ୍‌ଲର ପାର୍ଟି କରିବେ ବୋଲି ନିଷ୍ପତ୍ତି କରିଥିଲେ। ଗାଁଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ସୁନାପେଟି ଜଙ୍ଗଲରେ ଭୋଜି କରିଥିଲେ। ଭୋଜିରେ ସାମିଲ ଥିବା ଯୁବତୀ ଓ ଯୁବକ ଦେଶୀ ମଦ ସେବନ କରିଥିଲେ। ନିଶାଶକ୍ତ ଅବସ୍ଥାରେ ୨ ଜଣ ଯୁବତୀ ସେଠାରୁ ଚାଲିଯାଇଥିଲେ।

ହେଲେ ଜନୈକା ଯୁବତୀ ସେଠାରେ ରହି ଯାଇଥିଲେ। ନିଶାସକ୍ତ ଅବସ୍ଥାରେ  ଓସେଫ ଏବଂ ସଂପର୍କୀୟ ମିଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡିତାଙ୍କ ପରିବାର ଲୋକେ କୋଟପାଡ ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ପୀଡିତାଙ୍କ ଡାକ୍ତର ମଇନା ପାଇଁ ପରିବାର ଲୋକେ ହନ୍ତସନ୍ତ ହୋଇପଡିଥିଲେ। ସ୍ଥାନୀୟ ୩/୪ଟି ଡାକ୍ତରଖାନା ବୁଲି ବୁଲି ନୟାନ୍ତ ହେବା ପରେ ତାଙ୍କୁ ଡାକ୍ତରୀ ସାର୍ଟିଫିକେଟ ମିଳିଥିଲା। ଦୀର୍ଘ ୩ ଦିନ ପରେ ପୀଡିତାଙ୍କ ଡାକ୍ତରୀ ମଇନା ହୋଇପାରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.