ଗଳାକାଟି ଯୁବତୀଙ୍କୁ ହତ୍ୟା, ପୁଲିସ୍ ଆରମ୍ଭ କଲା ଖୋଳତାଡ଼
31/08/2020 at 3:54 PM

ଆଠଗଡ଼୩୧/୮: ଗଳାକାଟି ଯୁବତୀଙ୍କୁ ହତ୍ୟା। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତରେ ଓରଡ଼ା ନାଳରେ ସୋମବାର ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ କିଆକଟା ଥାନାକୁ ଖବର ଦେଇଥିଲେ। ଖବର ପାଇବା ପରେ କିଆକଟା ଥାନା ଅଧିକାରୀ ଏବଂ ଆଉ ଜଣେ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଏକ ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଦୁଃଖରେ ଛାୟା ଖେଳି ଯାଇଛି। ମୃତଦେହ ଜବତ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଯୁବତୀଙ୍କ ହତ୍ୟା କଲା, ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।