vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ହତ୍ୟା ନା ଆତ୍ମହତ୍ୟା ? ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

18/05/2022 at 8:00 AM

କଟକ ୧୮।୦୫ : ହତ୍ୟା ନା ଆତ୍ମହତ୍ୟା । ଯଦି ହତ୍ୟା ହୋଇଛି , ତାହାଲେ କିଏ କରିଛି ହତ୍ୟା ? ଆଉ କାହିଁକି ? କଟକ କୃଷକ ବଜାର ପାଣି ଟାଙ୍କି ତଳେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଏପରି କିଛି ପ୍ରଶ୍ନ ଉଙ୍କି ମାରିଛି ।

ଖବର ଅନୁଯାୟୀ, କୃଷକ ବଜାର ପାଣି ଟାଙ୍କି ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟଲୋକେ ବିଡାନାସୀ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ସେ ଜଣେ କଲେଜ ଛାତ୍ରୀ ବୋଲି ଅନୁମାନ କରାଯାଉଛି । ଯୁବତୀ ଜଣଙ୍କ ଗୋଟିଏ କଳା ରଙ୍ଗର ଟପ୍ସ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧିଛନ୍ତି ।

ସେପଟେ ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିପିକ୍‌ ଟିମ୍‌ ସହଯୋଗ ନେଇପାରେ । ଏପିରିକି ମୃତଦେହ ନିକଟରୁ ଏକ ମଦ ବୋତଲ ମିଳିଛି । ତେବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଯେପରି ଜଣେ ଯୁବତୀଙ୍କ ମୃତଦେହ ଏଠାକୁ ଆସିଲା କିପରି ? ଏହା ହତ୍ୟା ନା ଆତ୍ମହତ୍ୟା ? ଯଦି ଏହା ହତ୍ୟା , ତେବେ କିଏ ସେହି ହତ୍ୟାକାରୀ ଆଉ ହତ୍ୟା ପଛର କାରଣ କଣ ? ଆଉ ଏଠାକୁ ମଦ ବୋତଲ ଆସିଲା କିପରି ?

   Related Posts