ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ନଦୀରେ ଭାସୁଛି ଯୁବତୀଙ୍କ ମୃତଦେହ, ଏଯାଏଁ ମିଳିନି ପରିଚୟ

8/10/2022 at 2:19 PM

ନିଆଳି ୦୮।୧୦:  ନଦୀରେ ଭାସୁଛି ଯୁବତୀଙ୍କ ମୃତଦେହ । କଟକ ଜିଲ୍ଲା ନିଆଳି ଥାନ ତିହୁଡ଼ି ନିକଟରେ ଥିବା ଦେବୀନଦୀର ଆଠମାଣିଆ ଘାଇ ନିକଟରେ ଜଣେ ଯୁବତୀଙ୍କ ଶବ ଭାସୁଥିବାର ଦେଖିବାକୁ ମିଳିଛି । ହେଲେ ଏବେ ଯାଏଁ ଯୁବତୀଙ୍କ ପରିଚୟ ମିଳିନାହିଁ ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ କିଛି ଲୋକେ ଦେବୀ ନଦୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ । ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ନଦୀରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବାର ଖବର ଜାଣି ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ତେବେ ନଦୀରେ ଭାସୁଥିବାର ମୃତଦେହଟି କାହାର ? ଏଠାକୁ କେମିତି ଆସିଲା ? କିଏ ହତ୍ୟା କରିଛି , ନା ଆଉ କିଛି । ଯାହାର ଉତ୍ତର ଏବେ ଯାଏଁ ପାଉନାହାନ୍ତି ସ୍ଥାନୀୟଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କଲେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

   Related Posts