ଶୃଙ୍ଗରୁ ଖସି ଯୁବତୀ ମୃତ -ସଫେଇ କାର୍ଯ୍ୟକ୍ରମ ବେଳେ ଶୃଙ୍ଗରୁ ଖସିଗଲେ

Published By : Prameya-News7 Bureau | February 20, 2020 IST

ପୁନେ ୨୦।୦୨ - ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ପର୍ବତ ଆରୋହଣକାରୀ ମୃତ । ଏହି ଘଟଣା ପୁନେର ହଦସର ଦୂର୍ଗରେ ଘଟିଛି । ବୁଧବାରରେ ସିଦ୍ଧି ସୁନୀଲ କାମଟେ ନାମକ ଯୁବତୀ ହଦସର ଦୂର୍ଗର ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଏକ ଛୋଟ ଶୃଙ୍ଗକୁ ସଫା କରିବା ପାଇଁ ଚଢିଥିଲେ ।

ଏହି ଶୃଙ୍ଗରୁ ସେ ଖସି ପଡିଥିଲେ । ତାଙ୍କ ସହ ଆହୁରି ୩୫ ଜଣ ଏହି ଶୃଙ୍ଗ ଚଢୁଥିଲେ । ଛତ୍ରପତି ଶିବାଜୀ ମହାରାଜାଙ୍କର ଜନ୍ମ ବାର୍ଷିକି ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ସେ ଭାରସାମ୍ୟ ହରାଇ ଖସି ପଡିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ହଦସର ଦୂର୍ଗ ପୁନେର ଜୁନାର ତହସିଲ୍‌ରେ ଅଛି । ଶିବନେରୀଠାରୁ ଏହା ୧୩ କିଲୋ ମିଟର ଦୂରରେ । ବୁଧବାର ପ୍ରାୟ ୧୦ ଟା ବେଳେ ଏହି ଘଟଣା ଘଟିଥିଲା ।

ଯୁବତୀ ଜଣଙ୍କ ପ୍ରାୟ ୩୫୦ ମିଟର ତଳକୁ ଖସି ପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.