ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଦୁଇ ଦିନ ଧରି ନିଖୋଜ ପରେ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ସନ୍ଦେହ

25/09/2022 at 11:45 AM

ବଲାଙ୍ଗୀର ୨୫।୦୯ : ବଲାଙ୍ଗୀର ସହରରେ ପୁଣି ହତ୍ୟା l ବଲାଙ୍ଗୀର ବିଜାଖାମନ ଠାରେ  ଯୁବତୀଙ୍କ ମୃତ  ଦେହ ଉଦ୍ଧାର ହୋଇଛି l  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଦୁଇ ଦିନ ତଳେ ଯୁବତୀ ଜଣଙ୍କ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ରବିବାର ଦିନ ବଲାଙ୍ଗୀର ବିଜାଖାମନ ଠାରେ ଯୁବତୀଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।

ତେବେ ମୃତ ଯୁବତୀଙ୍କ ଜଣକ ବଲାଙ୍ଗୀର ସହର ଟିକ୍ରାପଡାର ଅଷ୍ଟମି ବକୁଲ ବୋଲି ଜଣାପଡିଛି । ସେ ପୌରପରିଷଦରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ଏବେ ତାଙ୍କୁ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । କିପରି ଅଷ୍ଟମିଙ୍କ ମୃତ୍ୟୁ ହେଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

   Related Posts