ରାଜଧାନୀରେ ଗୁଳି ମାଡ ଖାଇଥିବା ଯୁବତୀଙ୍କ ଘରୁ ମଦବୋତଲ, ଗଞ୍ଜେଇ ଭଳି ବିଭିନ୍ନ ଆପତ୍ତିଜନକ ଜିନିଷ ଜବତ

Published By : Prameya-News7 Bureau | February 11, 2020 IST

ଭୁବନେଶ୍ୱର ୧୧।୦୨ -ରାଜଧାନୀର ଇମ୍ଫୋସିଟି ଥାନା ବଜରଙ୍ଗ ବିହାରରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାରେ ଇନ୍‌ଭେଷ୍ଟିଗେସନ ଜାରି ରଖିଛି କମିଶନରେଟ୍‌ ପୋଲିସ । ସୋମବାର ଯୁବତୀଙ୍କ ପୁରୁଷ ବନ୍ଧୁ ଆଶିଷ ନାୟକକୁ ଗିରଫ କରିଥିବା ବେଳେ ବୁଧବାର ଆଉ ୨ଯୁବକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ଗୁଳିକାଣ୍ଡ ପରେ ଆଶିଷ ତା’ ସାଙ୍ଗକୁ ବନ୍ଧୁକ ଫିଙ୍ଗିବାକୁ ଦେଇଥିବା କହିବା ପରେ ରଘୁନାଥପୁର କେନାଲ ଅଂଚଳରେ ଛାନଭିନ୍‌ କରିଛି ପୋଲିସ । …

{"id":223342,"sizeSlug":"large"}

ଗୁଳି ବାଜିଥିବା ଯୁବତୀ ଡାକ୍ତରଖାନାରେ । ଗୁଳି ଫୁଟାଇଥିବା ଅଭିଯୁକ୍ତ ଗିରଫ ହୋଇଛି । ହେଲେ ଗୁଳି ଫୁଟିଥିବା ବନ୍ଧୁକର ସନ୍ଧାନ ପାଉନି ପୋଲିସ । ରାଜଧାନୀର ଇମ୍ଫୋସିଟି ଥାନା ବଜରଙ୍ଗ ବିହାରରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାର ୨୪ଘଣ୍ଟା ପରେ ବି ପୂରା ମାମଲାର ପର୍ଦ୍ଦାଫାସ୍‌ କରିପାରିନି କମିଶନରେଟ୍‌ ପୋଲିସ । ସୋମବାର ଯୁବତୀଙ୍କ ପୁରୁଷ ବନ୍ଧୁ ଆଶିଷ ନାୟକକୁ ଗିରଫ କରିଥିବା ବେଳେ ବୁଧବାର ଆଉ ୨ଜଣ ଯୁବକଙ୍କୁ ଧରି ପଚରାଉଚରା ଚଳାଇଛି । ଗୁଳିକାଣ୍ଡ ପରେ ଆଶିଷ ତା’ର ସାଙ୍ଗକୁ ବନ୍ଧୁକ ଫିଙ୍ଗିବାକୁ ଦେଇଥିବା କହିବା ପରେ ସଂପୃକ୍ତ ସାଙ୍ଗକୁ ଧରି ରଘୁନାଥପୁର କେନାଲ ଅଂଚଳରେ ଛାନଭିନ୍‌ କରିଥିଲେ ବି ବନ୍ଧୁକ ମଳିନି । ଗୋଟେ ପଟେ ଅଭିଯୁକ୍ତ ଆଶିଷ ନାୟକ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ । ଏମିତିକି ନୟାପଲ୍ଲୀ ଅଂଚଳରେ ଏକ ବୋମାମାଡ଼ ଘଟଣାରେ ପୂର୍ବରୁ ଗିରଫ ହୋଇଥିଲା ଆଶିଷ ।

{"id":223343,"sizeSlug":"large"}

କେବଳ ଭୁବନେଶ୍ବର କାହିଁକି ଖୋର୍ଦ୍ଧା ଥାନାରେ ମଧ୍ୟ ଆଶିଷ ବିରୋଧରେ ମାମଲା ରହିଥିବା ଜଣାପଡ଼ିଛି । ଅନ୍ୟପଟେ ସୋମବାର ଯୁବତୀ ଜଣକ ରହୁଥିବା ବଜରଙ୍ଗ ବିହାର ଭଡ଼ା ଘରେ ଯେଉଁଠାରେ ଗୁଳିକାଣ୍ଡ ଘଟିଥିଲା ସେଇ ଘରକୁ ଯାଇ ଛାନଭିନ୍‌ କରିଥିଲା ଫୋରେନ୍‌ସିକ୍‌ ଟିମ୍‌ । ଯୁବତୀଙ୍କ ଘରୁ ମଦବୋତଲ, ଗଞ୍ଜେଇ ଭଳି ବିଭିନ୍ନ ଆପତ୍ତିଜନକ ଜିନିଷ ମିଳିଥିବା ଜଣାପଡ଼ିଛି । ଏମିତିରେ ଯୁବତୀଙ୍କ ରୁମରେ ଆଶିଷ ରହିଥିବା ଏବଂ ଗୁଳିକାଣ୍ଡ ପରେ ବନ୍ଧୁକ ଗାଏବ୍‌ ହୋଇଯିବା ଘଟଣାକୁ ନେଇ ଏକ ଅପରାଧିକ ଷଡ଼ଯନ୍ତ୍ରର ଗନ୍ଧ ସ୍ପଷ୍ଟ ବାରିହେଉଛି । ଯାହାର ଗୁମର ଖୋଲିବାକୁ ଚେଷ୍ଟା କରୁଛି ପୋଲିସ । ଅଭିଯୁକ୍ତ ସହ ସମ୍ପୃକ୍ତ ଯୁବତୀଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ଚାଲିଛି ଚେଷ୍ଟା । ଇତି ମଧ୍ୟରେ ପୋଲିସ ଆଉ ଜଣେ ଯୁବକକୁ ମଧ୍ୟ ଅଟକ ରଖିଥିବା କଥା କୁହାଯାଉଛି । ଯିଏ କି ଯୁବତୀଙ୍କ ପ୍ରଥମ ବଏଫ୍ରେଣ୍ଡ ବୋଲି କୁହାଯାଉଛି । ଏମିତିରେ ପ୍ରଶ୍ନ ଉଠୁଛି ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ୩ଜଣ ଯୁବକ ଓ ଗୁଳିକାଣ୍ଡର ଶିକାର ଯୁବତୀ ସମସ୍ତେ ଗୋଟିଏ ଗୋଷ୍ଠୀର କି ? ବଜରଙ୍ଗ ବିହାରରେ ଥିବା ଯୁବତୀଙ୍କ ଭଡ଼ା ଘରେ ଏମାନେ ନିୟମିତ ଭାବେ ଏକାଠି ହେଉଥିଲେ କି ? ଏମାନଙ୍କ କୌଣସି ବଡ଼ ଅପରାଧ ଘଟାଇବାର ଯୋଜନା ଥିଲା କି ? ଯୁବତୀ ରହୁଥିବା ଭଡ଼ା ଘରର ମାଲିକ କିଏ ?  ତାଙ୍କ ସମ୍ପର୍କରେ ପୋଲିସ କୌଣସି ସୁରାକ୍‌ ପାଇଛି କି ? ହୁଏତ ପୋଲିସର ଇନ୍‌ଭେଷ୍ଟିଗେସନ ପୂରା ହେବା ପରେ ଏସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.