ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ପ୍ରେମିକାକୁ ବିବାହ ଜିଦ୍‌ରେ ପ୍ରେମିକର ଉନ୍ମୁତ୍ତ କାଣ୍ଡ, ହାତ କାଟି ଆତ୍ମହତ୍ୟା ଉଦ୍ୟମ

2/02/2023 at 11:17 AM

ମାହାଙ୍ଗା ୦୨/୦୨: ପ୍ରେମିକାକୁ ବିବାହ ଜିଦ୍‌ରେ ପ୍ରେମିକର ଉନ୍ମୁତ୍ତ କାଣ୍ଡ । ଏପରିକି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଏହାସହ ଯୁବକଙ୍କୁ କାବୁ କରିବାରୁ ଯାଇ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସହାସପୂର(ଆରଗଳିଆ) ଗ୍ରାମରେ ।

ଜଣେ ପ୍ରେମିକାର ଘର ଆଗରେ ପ୍ରେମିକ ପହଞ୍ଚି ଉନ୍ମୁକ୍ତ କାଣ୍ଡ କରିବା ସହ ହତକାଟି ଆତ୍ମହତ୍ୟା ଉଦ୍ୟମ କରିଛି । ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଯୁବକକୁ କାବୁ କରିବାକୁ ଯାଇ ମାହାଙ୍ଗା ପୋଲିସ ଏସ ଆଇ ଭିଷ୍ମଚରଣ ପ୍ରଧାନ ଆହତ ହୋଇଛନ୍ତି । ସାଲେପୁର ରାଇସୀଙ୍ଗୁଡ଼ା ଅଞ୍ଚଳର ସରୋଜ ମହାରଣା ସାହାସପୁର ଗ୍ରାମର ଜଣେ ଯୁବତୀକୁ ପ୍ରେମ କରି ଆସୁଥିଲେ ।

ପ୍ରେମିକା ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପାଇଁ ଲୁଚାଇ ରଖିଥିବାରୁ ବିଳମ୍ବିତ ରାତିରେ ପ୍ରେମିକା ଗ୍ରାମରେ ପହଞ୍ଚି ପ୍ରମିକାକୁ ବିବାହ ଜିଦିରେ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏହିସମୟରେ ସ୍ଥାନୀୟ ସରପଞ୍ଚ ସମେତ ମାହାଙ୍ଗା ପୋଲିସ ଯୁବକକୁ କାବୁ କରିବାକୁ ଯାଇ ପୋଲିସ ଆହତ ହୋଇଥିଲେ । ଆହତ ଯୁବକକୁ ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରେରେ ଭର୍ତ୍ତି କରାଯାଇଛି ।

   Related Posts