ନମାଜ ପଡିଆରେ ଗଳା କାଟି ଯୁବକଙ୍କୁ ହତ୍ୟା, ମୃତଦେହ ନିକଟରେ ପଡିଛି ମୋବାଇଲ୍

Published By : Prameya-News7 Bureau | August 11, 2022 IST

ସାଲେପୁର ୧୧/୦୮: କଟକ ଜିଲ୍ଲା କିଶନ ନଗର ଥାନା ନମାଜ ପଡିଆରେ ଗଳାକାଟି ଯୁବକଙ୍କ ହତ୍ୟା ଅଭିଯୋଗ । ଉକ୍ତ ଯୁବକ ପ୍ରହରାଜପୁର ଗ୍ରାମର ଅବଦୁଲ କାଦର । ଘଟଣା ସ୍ଥଳରେ କିଶନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେଉଁ କାରଣରୁ ହତ୍ୟା କରାଗଲା ବିଭିନ୍ନ ଦିଗ ନେଇ ତଦନ୍ତ କରୁଛି ପୋଲିସ । ଉକ୍ତ ସ୍ଥାନରୁ ପୋଲିସ ଏକ ମୋବାଇଲ ଫୋନ ଜବତ କରିଛି । ଗତକାଲି ବିଳମ୍ୱିତ ରାତିରେ ଗଳାକାଟି ହତ୍ୟା କରଯାଇଥିବା ସନ୍ଦେହ କରାଯାଉଛି । ସକାଳୁ ସ୍ଥାନୀୟ ଲୋକମାନେ ଯିବା ବାଟରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.