ପୁରୁଣା ବସ୍ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
6/12/2022 at 10:33 AM

ବଡବିଲ ୦୬/୧୨: ବଡ଼ବିଲ ପୁରୁଣା ବସ ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼ । ଆଜି ସକାଳ ପ୍ରାୟ ୮ ବେଳେ, ବସ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଏହି ଛୁରାମାଡ଼ ହୋଇଛି ।
ଏଥିରେ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍ ଡି ଆକବର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅତର୍କୀତ ଛୁରାମାଡ଼ ଯୋଗୁଁ ତାଙ୍କ ବାମ ପଟ ପେଟରେ ଗଭୀର କ୍ଷତ ହୋଇଛି । ଆକବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଯୁବକଙ୍କ ନାଁ ଡାକା ଏବଂ ସେ ଫେରାର ଥିବା ଜଣାପଡିଛି । ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଘଟଣା ସମ୍ପର୍କରେ ଖବର ପାଇ ବଡ଼ବିଲ ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023
ପାଇପ ଚୋରି ମାମଲା, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ
27 January 2023