ପୂର୍ବ ଶତ୍ରୁତାରୁ ଲଙ୍କାକାଣ୍ଡ, ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ
4/07/2022 at 8:31 AM

ସୋର ୦୪/୦୭: ମାଡ ଖାଇ ଯୁବକ ୬ ଘଣ୍ଟା ରାସ୍ତାରେ ପଡିଲେ । ଆହତ ଯୁବକ ରାତି ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ଦାବିରେ ପଡି ରହିଲେ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଅଞ୍ଜି ଗ୍ରାମର ରାଜକିଶୋର ପଣ୍ଡା ଗତକାଲି ଅଞ୍ଜିକୁ ଫେରୁଥିବା ବେଳେ ଗାଁ ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ୭ ରୁ ୮ ଯୁବକ ରାଜକିଶୋରକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ରାଜକିଶୋରକୁ ମାଡ ବେଳେ ସେ ନିକଟରେ ଥିବା ବିଭିନ୍ନ ଲୋକଙ୍କ ଘରକୁ ସୁରକ୍ଷା ପାଇଁ ଯାଇଥିଲେବି ତାଙ୍କୁ କେହି ସୁରକ୍ଷା ଦେଇନଥିଲେ ।
ରାଜକିଶୋର ଭୟରେ ଜୈନିକ ବ୍ୟକ୍ତିଙ୍କ ଗୁହାଳ ଘରେ ଲୁଚିବା ପରେ ଆକ୍ରମଣ କାରି ସେଠାରୁ ଛାଡି ଚାଲି ଯାଇଥିଲେ । ଆକ୍ରମଣକାରୀମାନେ ଯିବାବେଳେ ରାଜକିଶୋରଙ୍କ ବାଇକଟିକୁ ନେଇ ଯାଇଥିଲେ । ଆକ୍ରମଣରେ ରାଜକିଶୋରଙ୍କ ମୁହଁ ଓ ଗୋଡ଼ରେ ଆଘାତ ଲାଗିଛି । ପୋଲିସ ରାତି ଦୁଇଟା ପରେ ଆହତ ରାଜକିଶୋରକୁ ବୁଝାସୁଝା କରି ଡାକ୍ତରଖାନାକୁ ପଠାଇଥିଲା ।