ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ, ଗାଧୋଉଥିବାବେଳେ ଖସିଗଲା ଗୋଡ

Published By : Prameya-News7 Bureau | May 16, 2023 IST

ଚଣ୍ଡୀଖୋଲ ୧୬/୦୫: ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁର ଠାରେ ଘଟିଛି ଏହି ଅଘଟଣ ।

ସୂଚନା ଥାଉକି, ଗେଙ୍ଗୁଟି ନଦୀକୁ ଗାଧେଇବାକୁ ଯାଇଥିଲେ ତିନି ଜଣ ଯୁବକ । ଗାଧୋଉଥିବା ସମୟରେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଯୁବକଙ୍କୁ ବଡ଼ଚଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ମୃତକ ହେଲେ ଅମିତ ଖଣ୍ଡାଇ, ମଳୟ ନାୟକ । ଏମାନେ ସମସ୍ତେ ଶାସନ ପୁରୁଷୋତ୍ତମପୁର ଅଂଚଳ । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ବାରମ୍ବାର ସେହି ସ୍ଥାନରେ ଲୋକେ ଗାଧୋଇଥିବା ବେଳେ ଅଘଟଣ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.