ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର
17/02/2023 at 12:10 PM

ବ୍ରହ୍ମପୁର ୧୭/୦୨: ବ୍ରହ୍ମପୁର ଖୋଡାସିଙ୍ଗି ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ତେବେ ଯୁବକଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ମୃତକ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ୟୁନିଭରସିଟି ଜଗନ୍ନାଥ ବିହାରର ଦୀପକ ଗୌଡ଼ ଓରଫ୍ କାହ୍ନା । ଗୁରୁବାର ଦିନ ୧୨ଟାରୁ ନିଖୋଜ ଥିଲେ କାହ୍ନା । ବହୁ ଖୋଜାଖୋଜି ପରେ ଖୋଡାସିଙ୍ଗି ରେଳ ଧାରଣାରୁ ମିଳିଛି ମୃତଦେହ ।
ସୂଚନା ଥାଉକି, ପ୍ରେମଜନିତ କାରଣରୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର । ଫୋନ୍ରେ ଅନୈତିକ ଫଟୋ ଭାଇରାଲ କରିଥିବା ଯୋଗୁଁ ହତ୍ୟା କରାଯାଇଥିବା କହିଛନ୍ତି ଅଭିଯୋଗ । ଝିର ଘର ବିରୋଧରେ ଜିଆରପି ଥାନାରେ ଏତଲା ଦିଆଯାଇଛି । ପୋଲିସ ଏ ଘଟଣାର ତଗନ୍ତ ଆରମ୍ଭ କରିଛି ।
Related Posts
ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
28 March 2023
ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28 March 2023