ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା? ବଢିଲା ସସପେନ୍ସ

Published By : Prameya-News7 Bureau | July 01, 2022 IST

କଳାହାଣ୍ଡି ୦୧/୦୭: କଳାହାଣ୍ଡି ଭବାନୀପାଟଣା ଧୋବା ପଡ଼ାରେ ଜଣେ ଯୁବକଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ତାଙ୍କ ନାମ ରିଙ୍କୁ ସେଠି । ବୟସ ୨୯ ବୋଲି ଜଣାପଡ଼ିଛି । ଆଜି ସକାଳେ ରିଙ୍କୁ ଅତ୍ୟଧିକ ମଦ୍ୟପାନ କରିବା ସହିତ ଲୋକଙ୍କ ସହିତ ମାଡ଼ପିଟ ମଧ୍ୟ କରିଥିଲେ । ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ମଧ୍ୟ ଯାଇ ସେଠାକାର ସିକ୍ୟୁରିଟି ଗାର୍ଡ ସାଙ୍ଗରେ ପାଟିତୁଣ୍ଡ କରିଥିଲେ ।

ଖବର ପାଇବା ପରେ ପିସିଆର ଭ୍ୟାନ ମେଡିକାଲକୁ ଯାଇ ରିଙ୍କୁଙ୍କୁ ଥାନା କୁ ଆଣିଥିଲେ । ଥାନାରେ ମଧ୍ୟ ସେ ଡ୍ୟୁଟି ରେ ଥିବା ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ ବୋଲି ସୂଚନା ମିଳିଛି । ପୋଲିସ ତାଙ୍କୁ ବୁଝାସୁଝା କରି ଘରକୁ ପଠେଇବା ପରେ ସେ ଘରକୁ ଯାଇ ନିଜ ସ୍ତ୍ରୀ ତଥା ପରିବାର ବର୍ଗଙ୍କ ସାଙ୍ଗରେ ଝଗଡ଼ା କରିଥିଲେ ।

ତାପରେ ନିଜ କୋଠରୀକୁ ଯାଇ ଭିତରୁ କବାଟ ବନ୍ଦ କରି ଦେଇଥିଲେ । ପରିବାର ବର୍ଗ ତାଙ୍କୁ ସୋଇ ପଡିଛି ଭାବି କେହି ଉଠେଇ ନଥିଲେ । ବହୁତ ସମୟ ଧରି କବାଟ ନ ଖୋଲିବାରୁ ଘର ଲୋକେ କବାଟ ଭାଙ୍ଗି ତାଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପୋଲିସ ଖବର ପାଇ ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.