ଅନଲାଇନ ଗେମ୍‌ର ଅନ୍ଧାରୀ କଥା : ଆକାଉଣ୍ଟରୁ କଟିଚାଲିଲା ଟଙ୍କା, ତାଗିଦ କରିବାରୁ ଘର ଛାଡ଼ି ପଳାଇଲେ ଯୁବକ

Published By : Prameya-News7 Bureau | December 19, 2021 IST

ଭଦ୍ରକ ୧୯।୧୨: ଅନଲାଇନରେ ଗେମ୍ ଖେଳିବା ହେଲା କାଳ । ବାପାଙ୍କ ଆକାଉଣ୍ଟରୁ ଖେଳିବା ବେଳେ ହଜାର ହଜାର ଟଙ୍କା କଟିଯାଇଛି । ଜାଣିବା ପରେ ଘର ଲୋକେ ତାଗିଦ୍‌ ମଧ୍ୟ କରିଛନ୍ତି । କିନ୍ତୁ ପୁଅ କହିଛି ଟଙ୍କା ଆଣି ଦେବୀ । ଶେଷରେ ଟଙ୍କା ଆଣିନପାରି ଘର ଛାଡିଛନ୍ତି ଯୁବକ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ରେ ଏମିତି ଘଟଣା ସାମ୍ନା କୁ ଆସିଛି ।

{"id":561784,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଦେହୁଡ଼ି ଆନନ୍ଦପୁରର ହାତିବାଡି ଗାଁର ୧୯ ବର୍ଷୀୟ ଯୁବକ ଖଗେଶ୍ୱର ନାୟକ । ପାଠ ପଢିବା ବେଳେ ଏକ ଦୋକାନରେ କାମ କରୁଥିଲେ । ହଟାଠ୍ ମୋବାଇଲ ପାଇଁ ଜିଦି କରିଥିଲେ । ଅଳ୍ପ ସଞ୍ଚୟ ରୁ ବାପା ଖଗେଶ୍ୱର ପାଇଁ ମୋବାଇଲ ଟିଏ କିଣିଦେଇଥିଲେ । କିନ୍ତୁ ପୁଅ ମୋବାଇଲରେ ଫ୍ରି ଫାୟାର ଓ ଲୁଡୋ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ । ଏମିତି କି ଗେମରେ ଜୁଆ ପାଇଁ ବାପାଙ୍କ ବ୍ୟାଙ୍କ ଖାତାରୁ ହଜାର ହଜାର ଟଙ୍କା କଟୁଥିଲା । ବାପା ଘଟଣା ଜାଣିବା ପରେ ପୁଅକୁ ତାଗିଦ୍‌ କରିଥିଲେ । କିନ୍ତୁ ପୁଅ ଭୁଲ ସ୍ୱୀକାର କରି ଆଉ ମୋବାଇଲରେ ଗେମ ଖେଳିବ ନାହିଁ ବୋଲି କହିଥିଲେ ।

{"id":561785,"sizeSlug":"full","linkDestination":"none"}

ତେବେ ବାରମ୍ବାର ବାପାଙ୍କ ଖାତାରୁ ଟଙ୍କା କଟି ଚାଲିଥିଲା । ଏମିତି କି ୨୦ ହଜାର ରୁ ଅଧିକ ଟଙ୍କା କଟିଯାଇଛି । ଏବେ ପୁଅ ମୋବାଇଲକୁ ଘରେ ରଖି କେଉଁଆଡ଼େ ଚାଲିଯାଇଛନ୍ତି । ମୋବାଇଲରୁ ଗେମକୁ ଅନଇନ୍ସଟାଲ କରିବା ସହ କେତେକ ମେସେଜ ମଧ୍ୟ ଡିଲିଟ୍ କରିଦେଇଛନ୍ତି । ପଡୋଶୀ , ସାଙ୍ଗସାଥି ଓ ବନ୍ଧୁଙ୍କ ଘରେ ପଚରା ଉଚୁରା ପରେ ଘର ଲୋକେ ଥାନାରେ ଏତଲା ପାଇଁ ପ୍ରସ୍ତୁତ ହେଲେଣି ।

{"id":561786,"sizeSlug":"full","linkDestination":"none"}

ସେପଟେ ଖଗେଶ୍ୱରଙ୍କ ସାଙ୍ଗ କହୁଛନ୍ତି ଯେ, ସେ ଭଲ ପିଲା , କିନ୍ତୁ ସବୁବେଳେ ମୋବାଇଲରେ ଗେମ୍ ଖେଳି ଟଙ୍କା ହରିଯାଉଥିଲା । ଆମକୁ ଟଙ୍କା ମାଗୁଥିଲା , ଆମେ ଦେଉନଥିଲୁ । ଏମିତି କି ନିଜ ଭଉଣୀ ଓ ଭିଣୋଇଙ୍କ ନିକଟରୁ ମଧ୍ୟ ଟଙ୍କା ନେଇ ମୋବାଇଲ ଗେମରେ ଖର୍ଚ୍ଚ କରିଥିବାର ସୂଚନା ମିଳିଛି । ପରିବାର ଲୋକେ ଏବେ ପୁଅକୁ ଖୋଜିବାରେ ବ୍ୟସ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.