ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଛି ଯୁବକ ଓ ଯୁବତୀଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | March 07, 2021 IST

ଗଜପତି ୦୭/୦୩: ଯୁବକ ଓ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ କାଣ୍ଟ୍ରାଗଡା ପଞ୍ଚାୟତର ଆରିବା ଗାଁ ଅଞ୍ଚଳରେ ।  ଯୁବକ-ଯୁବତୀଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଛି। ଉଭୟ ଆତ୍ମହତ୍ୟା କରିଥିବା​ ସନ୍ଦେହ କରାଯାଉଛି ।

ଅନ୍ୟପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଛାନଭିନ୍‌ ଆରମ୍ଭ କରିଥିବା ସୂଚନା ରହିଛି।

ଯୁବକ-ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ଚର୍ଚ୍ଚା ଆଲୋଚନା ଚାଲିଛି। ଏମିତି ମଧ୍ୟ କୁହାଯାଉଛି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଯୁବତୀଙ୍କ ପରିବାର ଲୋକେ ଏନେଇ ଜାଣିପାରିବା ପରେ ତାଙ୍କର ଅନ୍ୟତ୍ର ବିବାହ କରିବାକୁ ଯୋଜନା କରିଥିଲେ। ତେଣୁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି । ଉଭୟଙ୍କର ପରିଚୟ ମିଳିଛି। ଏନେଇ ଅଧିକ ତଦନ୍ତ କରୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.