କାଙ୍କଡ଼ପାଳ ଗାଁରେ ଫାଙ୍କା ଗୁଳିଚାଳନା, ଭୟରେ ଛାତରୁ ଖସପଡି ଯୁବକ ଗୁରୁତର

Published By : Prameya-News7 Bureau | September 25, 2022 IST

ଢେଙ୍କାନାଳ ୨୫।୦୯:  ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ ଫାଙ୍କା ଗୁଳିଚାଳନା । ୩ ରାଉଣ୍ଡ ଗୁଳି ଫୁଟାଇ ଫେରାର ମାରିଲେ ଦୁର୍ବୁତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗଣେଶ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ ଆଧାର କରି ରବିବାର ଦିନ କାଙ୍କଡ଼ପାଳ ଗାଁରେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଏହାପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଦୁର୍ବୃତ୍ତ । ତେବେ ଏହି ଫାଙ୍କା ଗୁଳି ଚାଳନାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ଛାତ  ଉପରେ ଥିବା ବେଳେ ଗୁଳି ଶବ୍ଧ ଶୁଣି ଛାତରୁ ପଡିଯାଇଥିବା ଅନୁମାନ କରାଯାଉଛି । ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.