ପଞ୍ଚାୟତ କାର୍ଯ୍ୟାଳୟରୁ ଖାଉଟି ସାମଗ୍ରୀ ନେବାକୁ ଆସିଥିଲେ, ହଠାତ୍ ଟଳିପଡିଲେ ଯୁବକ

Published By : Prameya-News7 Bureau | August 20, 2022 IST

ସୁବର୍ଣ୍ଣପୁର ୨୦/୦୮: ପଞ୍ଚାୟତ କାର୍ଯ୍ୟାଳୟକୁ ଖାଉଟି ସାମଗ୍ରୀ ନେଇ ଆସିଥିବା ଜଣେ ୧୮ବର୍ଷ ଯୁବକ ହଠାତ ଟଳି ପଡ଼ିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ । ବାଉଁଶୁଣି ପଞ୍ଚାୟତ କାର୍ଯ୍ୟାଳୟରେ ଖାଉଟି ସାମଗ୍ରୀ ବଣ୍ଟନ ହେଉଥିଲା ।

ଖାଉଟି ସାମଗ୍ରୀ ଆଣିବା ପାଇଁ ବିନିକା ଥାନା ଫବସି ଗ୍ରାମର ବିକେସ ଭୁଏ ନାମକ ଜଣେ ଯୁବକ ବଣ୍ଟନ ଦାୟିତ୍ୱରେ ଥିବା ଏକ ଯୋଗାଣ ସହାୟକଙ୍କୁ ତାଙ୍କ ଖାଉଟି ଖାତା ଦେଇ ଅପେକ୍ଷା କରିଥିଲେ । ତାଙ୍କ ନାମ ପଡ଼ିବା ପରେ ବିକେଶ ଭୁଏ ଚାଉଳ ନେବାକୁ ଯିବା ବେଳେ ହଠାତ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ପରିବାରକୁ ଖବର ଦେବାପରେ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନା ଅଣାଯାଇଥିଲା ।

ଡାକ୍ତର ଦେଖିବାପରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାପା ମା ଛେଉଣ୍ଡ ମୃତ ବିକେସର ଗୋଟାଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.