ମହିଳାଙ୍କୁ ବାଇକ୍ ଧକ୍କା ଦେଲେ ଯୁବକ, ପିଟି ପିଟି ମାରି ଦେଲେ ଲୋକେ: ଏମିତି ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

Published By : Prameya-News7 Bureau | December 20, 2020 IST

ଖଲ୍ଲିକୋଟ୨୦/୧୨:  ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ। ଖଲ୍ଲିକୋଟ ଥାନା ଗୋଲା ମୁକୁନ୍ଦପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଖଲ୍ଲିକୋଟ ଥାନା ଅଧିନ ମୋହନପୁର ଗ୍ରାମର ଧୋବା ଦାସଙ୍କ ପୁଅ ପ୍ରମୋଦ ଦାସ।

ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପ୍ରମୋଦ ନିଜ ବାଇକରେ ଖଲ୍ଲିକୋଟରୁ କାମ ସାରି ନିଜ  ଘରକୁ ଗାଡିରେ ଫେରୁଥିଲେ। ଏହି ସମୟରେ ଗୋଲା ମୁକୁନ୍ଦପୁର ଠାରେ ପ୍ରମୋଦ କିଛି ମହିଳାଙ୍କୁ ବାଇକରେ ଧକ୍କା ଦେଇଥିଲେ। ଏହି ଘଟଣାରେ ଗ୍ରାମର କିଛି ଲୋକ ମିଶି ତାଙ୍କୁ ମାରପିଟ କରିଥିଲେ।

ଏହି ଘଟଣା ସଂପର୍କରେ ଖବର ପାଇବା ପରେ ବାପା ଧୋବା ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।ପରେ ମୃତକଙ୍କ ଭାଇ ଖଲ୍ଲିକୋଟରେ ଥାନାରେ ଦ୍ୱାରସ୍ତ ହେବା ସହ ଭାଇଙ୍କୁ ପିଟି ପିଟି  ହତ୍ୟା କରାଯାଇଥିବା ଲିଖିତ  ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.