ପ୍ରେମିକାକୁ ଭିଡିଓ କଲ କରି ଯୁବକଙ୍କ ଆତ୍ମହତ୍ୟା !
17/08/2020 at 10:13 PM

ଝାରସୁଗୁଡା୧୭/୮: ଲାଇଭ୍ ସୁଇସାଇଡ୍ କଲେ ଯୁବକ।ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ ଅଞ୍ଚଳରେ ଜଣେ ୨୦ ବର୍ଷର ଯୁବକ ଘରେ କବାଟ ବନ୍ଦ କରି ପଙ୍ଖାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ବୁନ୍ଦିଆ ଅଞ୍ଚଳର ନୀତିଶ କୁମାର। ନିତୀଶ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ତାଙ୍କ ଭାଇଙ୍କ ପାଖକୁ ଏକ ଫୋନ କଲ୍ ଆସିଥିଲା। ବଡଭାଇ ଫୋନ କଲ ପାଇବା ପରେ ନୀତିଶ ଶୋଇଥିବା ଘରର କବାଟ ବାଡେଇ ଥିଲେ।
କବାଟ ନ ଖୋଲିବାରୁ କବାଟ ଭାଙ୍ଗିବା ପରେ ନୀତିଶ ପଙ୍ଖାରେ ଝୁଲୁଥିବା ଦେଖିଥିଲେ ପରିବାର ସଦସ୍ୟ। ରାମପୁର ଫାଣ୍ଡି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତକଙ୍କ ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଜଣାଡିଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପ୍ରେମିକାକୁ ଆତ୍ମହତ୍ୟାର ଲାଇଭ ଭିଡିଓ ଦେଖାଇ ଥିବା ପୋଲିସ ଅନୁମାନ କରିଛି। ବର୍ତ୍ତମାନ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ।