ଭୀମକୁଣ୍ଡରେ ବୁଡିଗଲେ ଯୁବକ, ମାଛ ମାରିବାକୁ ଯାଇ ନିଖୋଜ

Published By : Prameya-News7 Bureau | August 11, 2022 IST

ପାଟଣା ୧୧/୦୮: ମାଛ ମାରିବା କୁ ଯାଇ ଜଣେ ଯୁବକ ନିଖୋଜ । କେନ୍ଦୁଝର ଜିଲା ପାଟଣା ବ୍ଲକ ଘାଟ ବାଲି ଯୋଡି ଦେଇ ଯାଇଥିବା ବୈତରଣୀ ନଦୀର ଭୀମକୁଣ୍ଡ ଠାରେ ଘଟଣା ଘଟିଥିବା ଜଣାପଡ଼ିଛି । ନିଖୋଜ ଯୁବକ ହେଲେ ତଣ୍ଡ ଗ୍ରାମର ଦିପୁ ନାଏକ ।

ସୂଚନା ଅନୁସାରେ ଦିପୁ ଫିଙ୍ଗା ଜାଲ ସାହାଯ୍ୟରେ ମାଛ ମାରୁଥିବା ସମୟରେ ହଠାତ ବଢି ପାଣି ମାଡ଼ି ଆସିବାରୁ ବଢି ପାଣିରେ ଭାସି ଯାଇ ନିଖୋଜ ହୋଇଛନ୍ତି । ଖବରପାଇ ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.