ଟଙ୍କା ନେଣଦେଣରୁ ହତ୍ୟା: ଟଙ୍କା ନେଲା, ଫେରସ୍ତ କଥା କହିବାରୁ ପିଟିପିଟି ମାରି ଦେଲା

Published By : Prameya-News7 Bureau | August 25, 2020 IST

ପାଟଣା୨୫/୮: ୧୦୦ ଟଙ୍କା ପାଇଁ ହତ୍ୟା।  କେନ୍ଦୁଝର ଜିଲ୍ଲା ପାଟଣା ଥାନା କରଞ୍ଜିଆପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗାଁ ନିକଟରେ ଥିବା ଏକ ପୋଖରୀ ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ହତ୍ୟାକାଣ୍ଡ ଉପରୁ ଏବେ ପରଦା ହଟିଛି।  ହତ୍ୟାକାରୀକୁ ପାଟଣା ପୁଲିସ୍ ଗିରଫ କରିଛି।

{"id":320002,"width":555,"height":416,"sizeSlug":"large","className":"is-style-rounded"}

ମୃତ ଯୁବକ ହେଲେ ନୂଆଗାଁ ଗ୍ରାମର ଗୋବିନ୍ଦ ପଇଦା। ଗିରଫ ଅଭିଯୁକ୍ତ କରଞ୍ଜିଆ ପଡା ଗ୍ରାମର ବଟକୃଷ୍ଣ ଦେହୁରୀଙ୍କ ପୁଅ ବସନ୍ତ ଦେହୁରୀ, ତା ବୟସ ୪୦ ବର୍ଷ। ମିଳିଥିବା ସୂଚନା ଅନୁସାରେ ଏକ ମାସ ପୂର୍ବରୁ ମୃତ ଗୋବିନ୍ଦ ବସନ୍ତଙ୍କ ପାଖରୁ ୧୦୦ ଟଙ୍କା ଧାର ଆକାରରେ ନେଇଥିଲା ଅଭିଯୁକ୍ତ। ଆଉ ଏହି ୧୦୦ ଟଙ୍କା ନେଣଦେଣ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଅଭିଯୁକ୍ତ ବସନ୍ତ ଦେହୁରୀ ଉତ୍‌କ୍ଷିପ୍ତ ହୋଇ ଗୋବିନ୍ଦଙ୍କୁ ପିଟିପିଟି ହତ୍ୟା କରିଥିଲା। ଏସ୍‌ଡିପିଓ  ରବିନ୍ଦ୍ର ମଲ୍ଲିକ ଏ ସଂପର୍କରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.