ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ: ମୁଣ୍ଡରେ ରହିଛି କ୍ଷତ ଚିହ୍ନ , ହତ୍ୟା ନା ଆତ୍ମହତ୍ୟା?
6/11/2020 at 10:00 AM

ତେଲକୋଇ୬/୧୧: ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ। ତେଲକୋଇ ଥାନା ଅନ୍ତର୍ଗତ ବନ୍ଦନଝରି ଗାଁ ନିକଟରେ ଥିବା ପୋଲ ତଳୁ ଏହି ମୃତଦେହ ମିଳିଛି। ମୃତକ ହେଲେ କୃଷ୍ଣପୁର ଗାଁର ବନମାଳୀ ନାୟକ। ଗତକାଲି ଆକୁଳ ଗାଁ ହାଟକୁ ଯାଇ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବନମାଳୀଙ୍କୁ ପାଇନଥିଲେ। ଗତକାଲି ରାତି ୮ଟାରେ ବନ୍ଦନଝରି ଗାଁର ଦୁଇ ଜଣ ବ୍ୟକ୍ତି ମୃତଦେହ ପଡିଥିବା ଦେଇଥିଲେ। ଏହି ଘଟଣା ସଂପର୍କରେ ମୃତ ବନମାଳୀ ନାୟକଙ୍କ ସ୍ତ୍ରୀଙ୍କୁ କହିଥିଲେ।
ଏହାପରେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ପୋଲିସ୍କୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଛି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ତେଣୁ ଏହା ହତ୍ୟା କି ଆତ୍ମହତ୍ୟା, ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି।