ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପରେ ହେବ ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ
2/10/2018 at 6:32 PM

ଭୁବନେଶ୍ୱର ୨/୧୦ : ଯୁବ କଂଗ୍ରେସର ନୂତନ ସଭ୍ୟ ସଂଗ୍ରହ ପ୍ରକ୍ରିୟା ଅକ୍ଟୋବର ୧ ତାରିଖଠାରୁ ଆରମ୍ଭ ହୋଇଅଛି । ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ କେଶବ ଚନ୍ଦ୍ର ଯାଦବ ଗତକାଲି କଂଗ୍ରେସ ଭବନଠାରେ ଆନୁଷ୍ଠାନିକ ଭାବେ ସଭ୍ୟ ସଂଗ୍ରହ ପ୍ରକ୍ରିୟାର ଆରମ୍ଭ କରିଥିଲେ । ସେହି କ୍ରମରେ ଆଜି ଯୁବ କଂଗ୍ରେସ ନିର୍ବାଚନ ଅଧିକାରୀ ଏବଂ ପ୍ରଦେଶ ରିଟନିଂ ଅଫିସରଙ୍କ ଉପସ୍ଥିତିରେ ୩୩ ଟି ସାଂଗଠନିକ ଜିଲା ମଧ୍ୟରୁ ୪ ଟି ଜିଲା ସଭାପତି ନିମନ୍ତେ ଲଟେରୀ ମାଧ୍ୟମରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଯାଜପୁର, ନୂଆପଡ଼ା, ରାଉରକେଲା ଓ ଗଜପତି ଜିଲା ସଭାପତି ପଦ ପାଇଁ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଗଲା । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ସଦସ୍ୟ ଓ ସକ୍ରିୟ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟରେ ସାଧାରଣ ନିର୍ବାଚନ ପରେ ଯୁବ କଂଗ୍ରେସର ରାଜ୍ୟ, ଜିଲା ଓ ବିଧାନସଭା ସ୍ଥରୀୟ ସଂଗଠନ ଚାଲିବା ସହିତ ନିର୍ବାଚନ ଆନୁଷ୍ଠନିକ ଭାବେ ହେବ ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପାଇଁ ନିୟୋଜିତ ରଟନିଂ ଅଫିସର ଶ୍ରୀ ବିପିନ୍ ନେଗି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନିର୍ବାଚନ କମିଶନର ୱାଇ ଭେଙ୍କଟେସ ଭେଗି, ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ସମେତ ସେକ୍ ଅମୀର ମହମ୍ମଦ, ଶିଶୀର ମାଦାଳ, ରଂଜିତ ପାତ୍ର, ଦେବାଶିଷ ମହାପାତ୍ର, ପ୍ରଶନ୍ନ ସାହୁ, ମନୋଜ ଜେନା, ଅଖିଳ ବାତ୍ରା, ଦେବୀ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।