ଜୁଆର ପାଣି ରୋକିବାକୁ ଦୀର୍ଘ ମିଆଦି ଯୋଜନା, ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ

Published By : Prameya-News7 Bureau | May 29, 2021 IST

ଭୁବନେଶ୍ୱର ୨୯।୦୫ :  ବିଶ୍ଵ ବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ସରକାର ପ୍ରସ୍ତୁତ କରିଛନ୍ତି ଦୀର୍ଘ ମିଆଦି ଯୋଜନା । ଜଳ ସମ୍ପଦ ବିଭାଗର ତତ୍ୱାବଧାନରେ ପ୍ରସ୍ତୁତ ହେଉଛି ଡିପିଆର । ଅର୍ଥାତ ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ । ୧୯୪୪ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରୁଛି ଜଳ ସମ୍ପଦ ବିଭାଗ । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଜ୍ୟୋତିର୍ମୟ ରଥ ସୂଚନା  ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୩୮୦ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଥର ବନ୍ଦ ବନ୍ଧାଯିବ । ତା ଉପରେ ଜାଲ ପକାଯାଇ ପବନ ରୋକିବାକୁ ଗଛ ଲଗାଯିବ । ଏହା ପୂର୍ବରୁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଂଜାମରେ ବିଶ୍ଵବ୍ୟାଙ୍କ ସହାୟତାରେ ୨୦୧୩-୧୬ ମଧ୍ୟରେ ୫୨ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସୁଦୃଢ଼ୀ କରଣ କରାଯାଇଥିଲା । ପଥର ଓ ତାର ଜାଳି ଦିଆଯାଇ ସୁଦୃଢ଼ିକରଣ କରାଯାଇଥିଲା ।

ବାତ୍ୟା ପରେ ବି  ଏହା ଏବେ ସୁରକ୍ଷିତ ରହିଛି।  ଏଥିପାଇଁ ୧୫୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହା ପରେ ୧୬୮୦ କିମି ଲୁଣା ବନ୍ଧକୁ ସୁଦୃଢ଼ କରଣ କରାଯିବ । ଏଥିପାଇଁ ୬ ରୁ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.