ଜୁଆ ଆଡ୍ଡା ଉପରେ ଚାନ୍ଦପୁର ପୋଲିସର ଚଢାଉ : ଲକ୍ଷେ ଟଙ୍କା ଜବତ, ଜଣେ ଜୁଆଡି ଗିରଫ
13/03/2023 at 5:36 PM

ଟାଙ୍ଗୀ ୧୩।୩: ଚାନ୍ଦପୁର ଥାନା ପୋଲିସର ଜୁଆ ଆଡ୍ଡା ଉପରେ ଚଢାଉ । ଦୁଇଟି ବାଇକ୍ ସହ ଜଣେ ଜୁଆଡିକୁ ଗିରଫ କରିବା ସହ ୧ ଲକ୍ଷ ଟଙ୍କା ଜବତ କରିଛି ।
ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅଧିନସ୍ଥ ଚମ୍ପାପେଡି ଗ୍ରାମରେ ରହିଛି ଘଞ୍ଚ ଜଙ୍ଗଲ । ଏହି ଜଙ୍ଗଲ ମଧ୍ୟରେ ଲୁଚିଛପି ଜୁଆ ଖେଳୁଥିଲେ ଅନେକ ଜୁଆଡି । ଚାନ୍ଦପୁର ପୋଲିସ ପାଟ୍ରୋଲିଂ ବେଳେ ଖବର ପାଇ ଏକ ଟିମ୍ ରେଡ଼ କରିଥିଲା । ରେଡ଼୍ ସମୟରେ କେତେକ ଜୁଆଡି ଫେରାର ହୋଇଗଲେ, ଜଣେ ଜୁଆଡିକୁ ମାଡି ବସିଲା ଚାନ୍ଦପୁର ପୋଲିସ । ଘଟଣାସ୍ଥଳରୁ ନଗଦ ୧ ଲକ୍ଷ ଟଙ୍କା, ଜୁଆ ଖେଳ ସାମଗ୍ରୀ ସହ ଦୁଇଟି ବାଇକ୍ ଜବତ କରିବାରେ ସଫଳ ହୋଇଛି ଚାନ୍ଦପୁର ପୋଲିସ । ଗିରଫ ଜୁଆଡି ଜଣକ ହେଉଛନ୍ତି ରଣପୁର ଥାନା ଏରିଆ ଗୋପାଳପୁର ଗାଁର ବ୍ରଜ କିଶୋର ମାଝୀ ବୋଲି ଚାନ୍ଦପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।