ରାଜଧାନୀର ବଡ ହୋଟେଲରେ ହାଇ ପ୍ରୋଫାଇଲ୍ କ୍ୟାସିନୋ ଜୁଆ ଖେଳ, ୩ ଯୁବତୀଙ୍କ ସମେତ ୧୩ ଗିରଫ

Published By : Prameya-News7 Bureau | August 21, 2021 IST

ଭୁବନେଶ୍ୱର, ୨୧|୦୮:   ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ହୋଟେଲରେ କ୍ୟାସିନୋ ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢଉ । ଲକ୍ଷାଧିକ ଟଙ୍କା ଜବତ ସହ ୧୮ଟି ମୋବାଇଲ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାନୁସାରେ, ଶନିବାର ପୋଲିସକୁ ଲକ୍ଷ୍ମୀସାଗର ଅଞ୍ଚଳର ପେଣ୍ଟାଗନ ହୋଟେଲରେ ଜୁଆ ଖେଳ ଚାଲିଥିବା ସୂଚନା ମିଳିଥିଲା । କେବଳ ଆଜି ନୁହେଁ ଦୀର୍ଘ ଦିନ ହେବ ଏଠାରେ ହାଇ ପ୍ରୋଫାଇଲ କ୍ୟାସିନୋ ଜୁଆ ଖେଳ ଚାଲିଥିଲା । ଅନେକ ସଂଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ଏଥିରେ ସାମିଲ ଥିଲେ । ତେବେ ଶନିବାର ଅତର୍କିତ ଭାବେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ହୋଟେଲରେ ଚଢଉ କରିଥିଲା । ଚଢଉ ବେଳେ ୧୩ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ଯୁବତୀ ମଧ୍ୟ ରହିଛନ୍ତି ।ସବୁଠାରୁ ବଡ କଥା ହେଉଛି ଯେ, ହୋଟେଲର ମାଲିକ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁନୀଲ ସାନ୍ତକୁଆ । କରୋନା କଟକଣା ପାଇଁ ରାଜଧାନୀରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ଏହା ସତ୍ତ୍ୱେ ହୋଟେଲରେ ହାଇ ପ୍ରୋଫାଇଲ ଜୁଆ ଖେଳ ଚାଲିଥିଲା । ଏହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗିରଫ ହୋଇଥିବା ଜୁଆଡିଙ୍କଠାରୁ ୧୮ଟି ମୋବାଇଲ ଜବତ ହୋଇଥିବା ବେଳେ ନଗର ୨ ଲକ୍ଷ ୬୫ ହଜାର ୬୫୫ ଟଙ୍କା ମଧ୍ୟ ସ୍ପେଶାଲ ସ୍କ୍ୱାର୍ଡ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.