ଛୁଆଙ୍କ ଜୁଆ ଆଡ୍ଡା !
4/06/2018 at 7:00 AM

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ସମେତ ବିଭିନ୍ନ ଜାଗାରେ ଚାଲିଛି ଜୁଆ ଆଡ୍ଡା । ଉଦୁଉଦୁଆ ଖରାବେଳେ ବିଲ ମଝିରେ ଚାଲିଛି ଜୁଆ ଖେଳ । ଦେଖନ୍ତୁ ଏହି ଭିଜୁଆଲକୁ । କେମିତି ଚାଲିଛି ଜୁଆଖେଳ । ଜୁଆଖେଳରେ ମାତିଛନ୍ତି ପାଠ ପଢୁଆ ପିଲା । ଏହା ସହ ବଡଲୋକ ବି ସାମିଲ ହୋଇ ଜୁଆ ଖେଳୁଛନ୍ତି । ଖେଳରେ ପିଲାଠୁ ବୁଢା ସମସ୍ତେ ବ୍ୟସ୍ତ । ଗାଁ ମାନଙ୍କରେ ଏହି ଖେଳକୁ ଘୁଡୁଘୁଡିଆ କୁହାଯାଏ । ଯଦି ପିଲାମାନେ ପାଠ ପଢା ଛାଡି ଜୁଆ ଖେଳରେ ସମୟ ନଷ୍ଟ କରିବେ ତେବେ ତାଙ୍କ ଭବିଷ୍ୟତ କଣ ହେବ । ପୋଲିସର ପାଟ୍ରୋଲିଂ ହେଉନଥିବାରୁ ଦିନକୁ ଦିନ ଜୁଆ ଖେଳର ଆସର ବଢି ବଢି ଚାଲିଥିବା ଅଭିଯୋଗ ହୋଇଛି । ଗାଁରେ ଜୁଆ ଖେଳ ବନ୍ଦ କରିବାକୁ ଦାବି ହୋଇଛି ।