ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୯ଗିରଫ
2/05/2020 at 1:00 PM

ବ୍ରହ୍ମପୁର ୦୨।୦୫: ସାରାଦେଶରେ କରୋନା ପାଇଁ ଲକ୍ଡାଉନ୍ ଜାରି ରହିଛି । ତଥାପି ଏହି ସମୟରେ ଜୁଆ ଆଡ୍ଡା ଜାରି ରହିଛି । ତେବେ ପୋଲିସ ଖବର ପାଇ ଚାମଖଣ୍ଡୀ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ପୋଲିସ ଚଢାଉ କରି ସେମାନଙ୍କ ନିକଟରୁ ନଗଦ ୮୫,୫୦୦ ଟଙ୍କା , ୧୭ଟି ମୋଟରସାଇକେଲ, ୧୦ଟି ମୋବାଇଲ୍ ଫୋନ୍ ଜବତ କରିଛି । ଜୁଆ ଆଡ୍ଡାରେ ଚଢାଉ କରି ୯ଜଣ ମଧ୍ୟ ଗିରଫ କରିଛି ପୋଲିସ ।