Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶାରେ ଏକ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ, ଘୋଷଣା କଲେ ସଜ୍ଜନ ଜିନ୍ଦଲ

1/12/2022 at 1:21 PM

ଭୁବନେଶ୍ଵର : ଓଡିଶାରେ ଏକ କୋଟି ଲକ୍ଷ ଟଙ୍କା ନିବେଶ କରିବ ଜିନ୍ଦଲ। ରାଜଧାନୀରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଏହା ଘୋଷଣା କରିଛନ୍ତି ଜିନ୍ଦଲ କମ୍ପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ଷ୍ଟିଲ୍ ଏବଂ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ। ଏହା ପୂର୍ବରୁ ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କମ୍ପାନି। ସେଥିରୁ ୩୦ ହଜାର କୋଟିର ନିବେଶ ହୋଇ ସାରିଥିବା କହିଛନ୍ତି ସଜ୍ଜନ। ଏହି ଅବସରରେ ଜିନ୍ଦଲ ଷ୍ଟିଲ ନେସ ପାର୍କକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

ସଜ୍ଜନ ଜିନ୍ଦଲ କହିଛନ୍ତି ଓଡିଶାର ମାନବ ସମ୍ବଳ ବିକାଶ, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ସ୍ଵାସ୍ଥ୍ୟବସ୍ଥା, ମନ୍ଦିରକୁ ନବୀକରଣ ତାଙ୍କୁ ବହୁତ ଆକର୍ଷିତ କରୁଛି।  ଓଡିଶା ସରକାର କ୍ରୀଡା କ୍ଷେତ୍ରରେ ଯେମିତି  ପଦକ୍ଷେପ ନେଇଛନ୍ତି ସେମିତି କୌଣସି ରାଜ୍ୟ ନେଇନାହାନ୍ତି।  ଓଡ଼ିଶାରେ  ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଅଗ୍ରଣୀ ଭୂମିକା ନେଇଥିଲା ଓଡିଶା।  ଓଡିଶା ହେଉଛି ଭାରତର ଆଧୁନିକ ମନ୍ଦିର। ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶାରେ ତିଆରି କରୁଛୁ।  ଏନେଇ ସମସ୍ତଙ୍କର  ଆଶୀର୍ବାଦ ଦରକାର।ଓଡିଶା ହେଉଛି ତାଙ୍କ ପାଇଁ ଦ୍ଵିତୀୟ ଘର ଏବଂ ପ୍ରଥମ କର୍ମ ଭୂମି। ୨୦ ବର୍ଷ ତଳେ ଓଡ଼ିଶାରେ ନିବେଶ କରିଥିଲୁ ବୋଲି ସଜ୍ଜନ ଜିନ୍ଦଲ କହିଛନ୍ତି।  

   Related Posts