ଜେଏସଡବ୍ଲ୍ୟୁ ସିମେଣ୍ଟକୁ ବିଜୁଳି ଯୋଗାଇବ ଓପିଟିସିଏଲର ୧୩୨ କେଭି ଗ୍ରୀଡ ସବଷ୍ଟେସନ

Published By : Prameya-News7 Bureau | January 17, 2023 IST

ଭୁବନେଶ୍ଵର: ସୁନ୍ଦରଗଡ ସ୍ଥିତ ଜେଏସଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍ (ଶିବା ସିମେଣ୍ଟ)କୁ ବର୍ତ୍ତମାନ ଓଡିଶା ପାଓ୍ଵାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍(ଓପିଟିସିଏଲ)ର ନବନିର୍ମିତ ଉଚ୍ଚ କ୍ଷମତା ସଂପନ୍ନ ୧୩୨ କେଭି ଗ୍ରୀଡ ସବଷ୍ଟେସନ ବିଜୁଳି ଯୋଗାଇବ। ନବନିର୍ମିତ ସବଷ୍ଟେସନ ସୁନ୍ଦରଗଡ ଜିଲ୍ଲାର କୁଟରାରେ ଅବସ୍ଥିତ। ଏବେ ଓଡିଶାରେ ଜେଏସଡବ୍ଲ୍ୟୁର ପ୍ରଥମ ସିମେଣ୍ଟ ପ୍ଲାଣ୍ଟକୁ ଓପିଟିସିଏଲର ୧୩୨ କେଭିରୁ ୧୨ ଏମଭିଏ ବିଜୁଳି ମିଳିବ।

ଭୁବନେଶ୍ଵରରେ ଯୁଦ୍ଧକାଳୀନ ଭିତ୍ତିରେ ୧୩୨ କେଭି ଲିଲୋ ସବଷ୍ଟେସନ ଏବଂ ଟ୍ରାନ୍ସମିସନ ଲାଇନ୍ ଯୋଗାଣ ପାଇଁ  ମିସେସ ଏମକେ ଦାସ ଆସୋସିଏଟ ଲିମିଟେଡ୍‌କୁ ଜେଏସଡବ୍ଲ୍ୟୁ ଟେଣ୍ଡର ପ୍ରଦାନ କରିଥିଲା। ଯାହା ଓପିଟିସିଏଲର ତତ୍ଵାବଧାନରେ ଯୁଦ୍ଧକାଳୀନ ଭିତ୍ତିରେ ୧୦ ମାସରେ ଏହି କାମ ପୂରା କରାଯାଇଛି। ଓପିଟିସିଏଲ ଏବଂ ଜେଏସଡବ୍ଲ୍ୟୁ ସିମେଣ୍ଟର ଅଧିକାରୀଙ୍କ ଉପସ୍ଥିତିରେ ୧୩୨ କେଭି ଲିଲୋ ସବଷ୍ଟେସନ ଏବଂ ଟାନ୍ସମିସନ ଲାଇନ୍‌କୁ ୨୦୨୩ ଜାନୁଆରୀ ୧୬ରେ ସଫଳତାପୂର୍ବକ ଚାର୍ଜ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.