‘ୱାର-୨’ରେ Jr NTRଙ୍କ ଦମ୍ଦାର ଏଣ୍ଟ୍ରି, ହ୍ରିତିକ୍ କଲେ କନଫର୍ମ !
29/05/2023 at 12:22 PM

ମୁମ୍ଵାଇ ୨୯।୦୫: ବଲିଉଡ୍ର ଗ୍ରୀକ୍ ଗଡ ହ୍ରିତିକ୍ ରୋଶନ । ବର୍ତ୍ତମାନ ‘ୱାର ୨’ ପାଇଁ ଅଭିନେତା ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଫିଲ୍ମ ‘ୱାର ୨’ରେ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କୁ ହ୍ରିତିକଙ୍କ ସହ ଦେଖିବାକୁ ମିଳିବ। ବର୍ତ୍ତମାନ ଶେଷରେ ହ୍ରିତିକ୍ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି । ଜୁନିଅର NTR ‘ୱାର ୨’ ରେ ଧମାଲ କରିବେ। ପ୍ରଥମ ଭାଗ ୨୦୧୯ର ସର୍ବାଧିକ ଆୟ କରିଥିବା ବଲିଉଡ ଚଳଚ୍ଚିତ୍ରର ଟାଇଟଲ୍ ଧରି ସାରା ବିଶ୍ୱରେ ୪୭୫ କୋଟିରୁ ଅଧିକ ରୋଜଗାର କରିଥିଲା ।
ଆବୁଧାବିରେ IIFA ଆୱାର୍ଡ ୨୦୨୩ରେ ମିଡିଆ ସହ କଥାବାର୍ତ୍ତା ସମୟରେ ହ୍ରିତିକ ‘ୱାର ୨’ ଏବଂ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଫାଇଟର’ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ସେତେବେଳେ ସେ କହିଥିଲେ ମୁଁ ବହୁତ ଉତ୍ସାହିତ ଅଛି। ଅଭିନେତା କହିଛନ୍ତି ଯେ ମୁଁ ବିକ୍ରମ ବେଦା ପରେ ‘ଫାଇଟର୍’ ସହିତ ଆସୁଛି। ଆଶାକରେ ଆପଣ ମଧ୍ୟ ଏହାକୁ ପସନ୍ଦ କରିବେ ।
ହ୍ରିତିକ ରୋଶନଙ୍କ ଫିଲ୍ମ ଫାଇଟରର’କୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଉଛନ୍ତି। ବଡ ପରଦାରେ ପ୍ରଥମ ଥର ପାଇଁ ହ୍ରିତିକଙ୍କୁ ଦୀପିକା ପାଦୁକୋନଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ହ୍ରିତିକଙ୍କ ଏହି ଆକ୍ସନ୍ ଫିଲ୍ମ ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। କହିବାକୁ ଗଲେ ସେ ୨୦ରେ, ଅଭିନେତା ‘ୱାର ୨’ରେ ଏକାଠି କାମ କରିବାର ସୂଚନା ଦେଇଥିଲେ । ହ୍ରିତିକ ତାଙ୍କ ଜନ୍ମଦିନରେ Jr NTR କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା Jr NTR। ଆପଣଙ୍କୁ ଆଗାମୀ ଆକ୍ସନ୍-ପ୍ୟାକ୍ ପାଇଛ କାମନା କରୁଛି। ଯୁଦ୍ଧକ୍ଷେତ୍ରରେ ଆପଣଙ୍କୁ ଅପେକ୍ଷା କରିଛି ମୋର ବନ୍ଧୁ।
You Can Read :