HBD ଜୁନିୟର୍ ଏନଟିଆର : ନିଜ ବିବାହରେ କରିଥିଲେ ୧୦୦ କୋଟି ଟଙ୍କାର ଖର୍ଚ୍ଚ
20/05/2022 at 10:52 AM

ମୁମ୍ବାଇ ୨୦।୦୫ : ସାଉଥ୍ ଲୋକପ୍ରିୟ ଷ୍ଟାର୍ ଜୁନିଅର୍ ଏନଟିଆର । ଯିଏ ତେଲୁଗୁ ସିନେମାର ନାମରେ ବେଶ ଜଣାଶୁଣା । ଆଜି ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଆର.ଆର.ଆର ର ସଫଳତା ପରେ ତାଙ୍କ ଫଟୋ ପ୍ୟାନ୍ ଇଣ୍ଡିଆ ଷ୍ଟାରରେ ସାମିଲ୍ ହୋଇଛି। ବର୍ତ୍ତମାନ ତାଙ୍କର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ଦିନ ବଢିବାରେ ଲାଗିଛି। କହିବାକୁ ଗଲେ ଜୁନିୟର ଏନ୍ଟିଆର ସାଉଥର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ସେ ନିଜର ସରଳ ଓ ଦୟାଳୁ ପ୍ରକୃତି ପାଇଁ ସମସ୍ତଙ୍କ ହୃଦୟ ରାଜ୍ କରନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏନଟିଆର ଲକ୍ଷ୍ମୀ ପ୍ରଣାତିଙ୍କୁ ୫ ମେ ୨୦୧୧ ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ଭାରତର ସବୁଠାରୁ ଦାମୀ ସେଲିବ୍ରେଟ୍ ବିବାହ ମଧ୍ୟରୁ ଅନ୍ୟତମ ହୋଇଥିଲା । ଜୁନିୟର ଏନ୍ଟିଆର ତାଙ୍କ ବିବାହରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ବିବାହରେ ଯୋଗଦେବା ପାଇଁ ୧୨୦୦ ଫ୍ୟାନ୍ସ ପହଞ୍ଚିଥିବାବେଳେ ୩୦୦୦ ସେଲିବ୍ରିଟି ଅତିଥି ଏହାର ଏକ ଅଂଶ ହୋଇଥିଲେ । ବିବାହର ସାଜସଜ୍ଜା ପାଇଁ ମଧ୍ୟ ପ୍ରାୟତଃ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଜୁନିଅର ଏନ୍ଟିଆରଙ୍କ ବିବାହରେ ମଧ୍ୟ ଏକ ବିବାଦ ଥିଲା । କାହିଁକି ନା ବିବାହ ସମୟରେ ଲକ୍ଷ୍ମୀଙ୍କ ବୟସ ମାତ୍ର ୧୭ ବର୍ଷ ଥିଲା, ତେଣୁ ଏହି ବିବାହକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପଡ଼ିଥିଲା। ବିବାହ ପରେ ବର୍ତ୍ତମାନ ଦୁହେଁ ଦୁଇ ପୁଅର ବାପାମାଆ ହୋଇଛନ୍ତି। ଏକ ସାକ୍ଷାତକାରରେ ଅଭିନେତା ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ । କହିଥିଲେ ଯେ ବିବାହର ପ୍ରଥମ ପ୍ରଥମ ବହୁତ କିଛି ସମସ୍ୟାର ହୋଇଥିଲା କିନ୍ତୁ ଧୀରେ ଧୀରେ ସବୁକିଛି ଠିକ୍ ହେଲା ଏବଂ ବର୍ତ୍ତମାନ ସେ ତାଙ୍କ ପାରିବାରିକ ଜୀବନରେ ବହୁତ ଖୁସି ଅଛନ୍ତି।
