oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କନିଷ୍ଠ ଯନ୍ତ୍ରୀଙ୍କ ପିସି କାରବାର ଘଟଣାରେ ତଦନ୍ତ ଆରମ୍ଭ

7/08/2018 at 8:18 AM

ପାଇଖାନା ବିଲ୍ ପାସ୍ କରିବା ନିମନ୍ତେ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପିସି ମାଗିବା ଘଟଣାର ଷ୍ଟିଙ୍ଗ୍ ଅପରେସନ୍ କରିଥିଲା ନୁୟଜ୍ 7 । ଖବର ପରିବେଷଣ ହେବା ପରେ ଏବେ ଆରମ୍ଭ ହୋଇଛି ଆକ୍ସନ ।
ମୟୁରଭଞ୍ଜ ଜିଲ୍ଲା ଉଦଳା ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ହଁ।ସଦା ସ୍ୱଚ୍ଛ ଭାରତ ଯୋଜନାରେ ହୋଇଥିବା ୩୭ ଗୋଟି ପାଇଖାନାର ବିଲ୍ ପାସ୍ କରିବା ନିମନ୍ତେ ମୋଟିଭେଟରଙ୍କୁ ପ୍ରତି ପାଇଖାନା ପିଛା ୩୦୦ ଟଙ୍କା କରି ୧୦ ହଜାର ଟଙ୍କା ଲାଂଚ ମାଗିବା ଘଟଣାର ଷ୍ଟିଙ୍ଗ୍ ଅପରେସନ୍ କରିଥିଲା ନୁୟଜ୍ 7 । ଏ ନେଇ ଖବର ପରିବେଷଣ ହେବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦଶେ କ୍ରମେ ପୁରା ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ସ୍ଥାନୀୟ ବିଡିଓ, ଉପଜିଲ୍ଲାପାଳଙ୍କ ସମେତ ଲାଂଚୁଆ କନିଷ୍ଠ ଯନ୍ତ୍ରୀ ଏବଂ ମୋଟିଭେଟରଙ୍କୁ ଏହି ତଦ’ ଆରମ୍ଭ ହୋଇଛି । ଦୀର୍ଘ ୩ ଘଣ୍ଟା ଧରି ବିଡିଓଙ୍କ କାର୍ଯୟାଳୟରେ ତଦନ୍ତ ଚାଲିଥିଲା । ତେବେ ତଦନ୍ତର ଦିଗ କୁଆଡେ ଯାଉଛି ତାହା ଦେଖବା କଥା ।

   Related Posts